ଆଇସକ୍ରିମ୍ ଖାଇ ୬୩ ଅସୁସ୍ଥ, ଗାଁରେ ଚାଲିଛି ସ୍ୱାସ୍ଥ୍ୟ ପରୀକ୍ଷା
କୋରାପୁଟ : ଆଇସକ୍ରିମ ଖାଇ ୬୩ ଜଣ ଅସୁସ୍ଥ । ଏପରି ଘଟଣା ଘଟିଛି କୋରାପୁଟ ଜିଲ୍ଲାରେ। ଦୁଇ ଜଣଙ୍କୁ ସୁନାବେଡ଼ା ମେଡିକାଲରେ ଏବଂ ୨୦ ଜଣଙ୍କୁ ଦାମନଯୋଡି ମେଡିକାଲରେ ଭର୍ତ୍ତି କରାଯାଇଛି।
ଖବର ଅନୁଯାୟୀ, ଶନିବାର ସିମିଳିଗୁଡା ବ୍ଲକର ଘାଟଗୁଡା, ଦୁଧାରୀ ,ଶୁଣ୍ଢିପୁଟ , କମଳାଝୋଲା , ଆଲିଗାଁ, ନୁଆପୁଟ ଗାଁର ଲୋକେ ବୁଲା ବିକାଳିଠାରୁ ଆଇସକ୍ରିମ୍ ଖାଇଥିଲେ । ଆଇସକ୍ରିମ୍ ଖାଇବାପରେ ସେମାନଙ୍କୁ ଝାଡା ଓ ବାନ୍ତି ହେବାରୁ ସମସ୍ତଙ୍କୁ ସୁନାବେଡା ଓ ମାଥାଲପୁଟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।
ତେବେ ବର୍ତ୍ତମାନ ସମସ୍ତଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି । ସ୍ଵାସ୍ଥ୍ୟ ବିଭାଗ ଗାଁ ଗାଁ ଯାଇ ସ୍ବାସ୍ଥ୍ୟ ପରୀକ୍ଷା କରୁଥିବା ସୂଚନା ଦେଇଛନ୍ତି କୋରାପୁଟ ସିଡିଏମଓ ଡଃ ଅରୁଣ ପାଢୀ। ସେପଟେ ଖବରପାଇ ଘଟଣାର ସ୍ଥିତି ତଦାରଖ କରିଛନ୍ତି ପଟାଙ୍ଗି ବିଧାୟକ ପିତମ ପାଢୀ। ସୁନାବେଡ଼ା ମେଡିକାଲରେ ପହଞ୍ଚି ଡ଼ାକ୍ତରଙ୍କ ସହ ଆଲୋଚନା କରିବା ସହ ରୋଗୀଙ୍କୁ ସ୍ଵାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି।