ଓଡ଼ିଶାରେ ଖୋଲିବ ୭ଟି ନୂଆ ନର୍ସିଂ କଲେଜ

ରାଜ୍ୟରେ ଖୋଲିବ ଆଉ ୭ଟି ନୂଆ ନର୍ସିଂ କଲେଜ । କୋରାପୁଟ, କଳାହାଣ୍ଡି ଓ ଅନୁଗୁଳ ସମେତ ୭ଟି ସ୍ଥାନରେ ସ୍ଥାପନ ହେବ ନର୍ସିଂ କଲେଜ । ପ୍ରତି ନର୍ସିଂ କଲେଜ ପାଇଁ ପ୍ରାରମ୍ଭିକ ଭାବେ ୧୦ କୋଟି ଟଙ୍କା ଲେଖାଏଁ ବ୍ୟୟ ଅଟକଳ ହୋଇଛି । ଅନୁମୋଦନ ପାଇଁ କେନ୍ଦ୍ର ସରକାରଙ୍କ ନିକଟକୁ DPR ପଠାଇଛନ୍ତି ରାଜ୍ୟ ସରକାର ।

ରାଜ୍ୟ ଓ କେନ୍ଦ୍ର ମଧ୍ୟରେ ୪୦:୬୦ ଭାଗିଦାରିତାରେ ସ୍ଥାପନ ହେବ ଏସବୁ ନର୍ସିଂ କଲେଜ । ଏଥିରେ BSC ନର୍ସିଂ, MSC ନର୍ସିଂ ଓ PHD କୋର୍ସ ଦିଆଯିବ । ଏବେ ରାଜ୍ୟରେ ୮ଟି ନର୍ସିଂ କଲେଜ ରହିଛି । ତେବେ ସିଟ ସଂଖ୍ୟା ପରେ ସ୍ଥିର କରାଯିବ ବୋଲି କହିଛନ୍ତି ନର୍ସିଂ ନିର୍ଦ୍ଦେଶକ ।

Related Articles

Back to top button