ଗୋଟିଏ ବିଭାଗରେ ୩ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟ କରିଆସୁଛନ୍ତି ୭ ଜଣ ସଚିବ

ଭୁବନେଶ୍ୱର: ଓଡ଼ିଶାରେ ଗୋଟିଏ ବିଭାଗରେ ୩ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟ କରିଆସୁଛନ୍ତି ୭ ଜଣ ସଚିବ। ଏମିତିକି ଜଣେ ସଚିବ ଗୋଟିଏ ବିଭାଗରେ ୧୩ ବର୍ଷରୁ ଅଧିକ ଦିନ ହେବ ମଧ୍ୟ ରହିଛନ୍ତି। ବିଜେପି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ଅଣତାରକା ପ୍ରଶ୍ନର ଉତ୍ତରରେ କିଛି ଏଭଳି ତଥ୍ୟ ମିଳିଛି। ବିଜେପି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ପ୍ରଶ୍ନ କରିଥିଲେ ଯେ ଓଡ଼ିଶାରେ କେତେଜଣ ସଚିବ ଗୋଟିଏ ବିଭାଗରେ ୩ ବର୍ଷରୁ ଉର୍ଦ୍ଧ୍ବ ସମୟ ହେଲା କାର୍ଯ୍ୟ କରିଆସୁଛନ୍ତି?

ଏହାର ଉତ୍ତରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ସଂସଦୀୟ ବ୍ୟାପାର ବିଭାଗ ସଚିବ ଜି ମାଥିଭାଥାନନ ୨୦୧୦ରୁ ଏଯାବତ୍ ଅର୍ଥାତ୍ ୧୩ ବର୍ଷ ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗରେ ୨୦୧୪ରୁ ଏଯାଏ ଅର୍ଥାତ୍ ୯ ବର୍ଷ ସଚିବ ଭାବେ ଦାୟିତ୍ଵ ତୁଲାଉଛନ୍ତି। ସେହିପରି ଜଙ୍ଗଲ ଓ ପରିବେଶ ବିଭାଗ ସଚିବ ମୋନା ଶର୍ମା, ଶିଳ୍ପ ବିଭାଗ ସଚିବ ହେମନ୍ତ ଶର୍ମା, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ସଚିବ  ଭାସ୍କର ଜ୍ୟୋତି ଶର୍ମା, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ସଚିବ  ବୀର ବିକ୍ରମ ଯାଦବ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ସଚିବ  ମନୋଜ ମିଶ୍ର ସମାନ ପଦବୀରେ ୩ ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଉତ୍ତର ରଖିଛନ୍ତି।

Related Articles

Back to top button