ରାଗିଂ ପାଇଁ ୭ ଛାତ୍ର ସସପେଣ୍ଡ

Ragging at Khallikote HS School in Berhampur: 7 students suspended for harassing girl student

ବ୍ରହ୍ମପୁର:  ବ୍ରହ୍ମପୁର ଖଲିକୋଟ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ରାଗିଂ କରିଥିବା ଅଭିଯୋଗରେ ୭ ଜଣ ଛାତ୍ରଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଛି । ଫଳରେ ସେହି ୭ ଜଣଙ୍କୁ ସବୁଦିନ ପାଇଁ ବିଦ୍ୟାଳୟରୁ ସସପେଣ୍ଡ କରାଯାଇଛି । ତେବେ ଆଣ୍ଟିରାଗିଂ ସୁପାରିସ କ୍ରମେ ଏହି ନିଷ୍ପତ୍ତି ନିଆଯାଇଥିବା ଜଣା ପଡିଛି ।

ଏତତ୍ ବ୍ୟତୀତ ଏହି ରାଗିଂ ଘଟଣାରେ ପୋଲିସକୁ ମଧ୍ୟ କାର୍ଯ୍ୟାନୁଷ୍ଠାନ ପାଇଁ ସ୍ୱାଧୀନତା ଦିଆଯାଇଛି । ତେବେ ଛାତ୍ରଙ୍କ ଅଭିଯୋଗ ଆଧାରରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠ ନିଆଯିବ ବୋଲି ସୂଚନା ମିଳିଛି । ଏଥିସହିତ ସସପେଣ୍ଡ ହୋଇଥିବା ଛାତ୍ର୍ରମାନଙ୍କୁ ଯଦି କେହି କ୍ୟାମ୍ପସ ଭିତରେ ଦେଖନ୍ତି ସ୍ଥାନୀୟ ପୋଲିସକୁ ଜଣାଇବାକୁ ଆହ୍ୱାନ ଦିଆଯାଇଛି ।

Related Articles

Back to top button