
ମାଲକାନଗିରିରେ ଆତ୍ମସମର୍ପଣ କଲେ ୭୦୦ରୁ ଊର୍ଦ୍ଧ୍ବ ମାଓ ସମର୍ଥକ
ମାଲକାନଗିରି: ରାଜ୍ୟ ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟକୁ ଦେଖି ସଙ୍ଗଠନ ଛାଡିଛନ୍ତି ମିଲିସିଆ । ମାଲକାନଗିରି ଜିଲ୍ଲାରୁ ୭୦୦ରୁ ଊର୍ଦ୍ଧ୍ବ ମାଓ ସମର୍ଥକ ମିଲିସିଆ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ମାଓ ସଙ୍ଗଠନ ଛାଡ଼ି ସାଧାରଣ ଜୀବନ ସ୍ରୋତରେ ସାମିଲ ହେଉଛନ୍ତି ଆଦିବାସୀ । ପୋଲିସର ସଚେତନତା ପରେ ଆନ୍ଧ୍ର ଓ ଓଡିଶାର ୭୦୦ରୁ ଉର୍ଦ୍ଧ୍ବ ମିଲିସିଆ ମାଲକାନଗିରି ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ।
ସେମାନେ ସାଧାରଣ ଜୀବନ ଅତିବାହିତ କରିବା ପାଇଁ ଆତ୍ମସମର୍ପଣ କରିଥିବା କହିଛନ୍ତି । ମିଲିସିଆ ଆନ୍ଧ୍ରପ୍ରଦେଶ ଓ ମାଲକାନଗିରି ଜିଲ୍ଲାର ବୋଲି ଜଣାପଡ଼ିଛି । କୋରାପୁଟ ଡିଆଇଜି ରାଜେଶ୍ ପଣ୍ଡିତଙ୍କ ସହ ମାଲକାନଗିରି ଏସପି ନୀତିଶ ଓ୍ବାଧଓ୍ବାନେ ଓ ବିଏସଏଫ ଅଧିକାରୀଙ୍କ ଉପସ୍ଥିତିରେ ଆତ୍ମସମର୍ପଣ କରିଛନ୍ତି ୭୦୦ରୁ ଉର୍ଦ୍ଧ୍ବ ମିଲିସିଆ ଆଦିବାସୀ ।