
ରାଜ୍ୟରେ ୮୪ଟି ମେଡିସନ୍ ନକଲି ଥିବା ଚିହ୍ନଟ : ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ
ବିଧାନସଭାରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି , ଯେ ରାଜ୍ୟରେ ନକଲି ଔଷଧ ମିଳୁଛି। ସୂଚନା ଅନୁଯାୟୀ ଗତ ୩ ବର୍ଷରେ ରାଜ୍ଯରେ ୧୩ ହଜାର ୫୨ଟି ମେଡିସିନ୍ ର ନମୂନା ପରୀକ୍ଷଣ କରାଯାଇଥିଲା। ସେଥିରୁ ୮୪ଟି ମେଡିସନ୍ ନକଲି ଥିବା ଚିହ୍ନଟ ହୋଇଛି। ଏହି ନକଲି ମେଡିସନ୍ ନେଇ ୧୦୭ ମାମଲା, ୧୫ ଜଣଙ୍କୁ ଗିରଫ କରାଯାଇଥିଲା ବେଳେ ୩ ବର୍ଷ ମଧ୍ୟରେ ୩,୪୬୨ଟି ଔଷଧ ଦୋକାନରେ ଚଢ଼ାଉ କରାଯାଇଛି।୨୦୨୨-୨୩ ଆର୍ଥିକ ବର୍ଷରେ ଜିଙ୍କ ସଲଫେଟ୍, ସୋଡିୟମ୍ ଲାକ୍ଟେଟ୍ ସମେତ ମୋଟ ୪୫ଟି ଟାବଲେଟ୍ ଏବଂ ରିଙ୍ଗର୍ସ ଲାକ୍ଟେଟ୍ ନିମ୍ନମାନର ଘୋଷଣା କରାଯାଇଥିଲା, ୨୦୨୩-୨୪ ଆର୍ଥିକ ବର୍ଷରେ ୩୨ଟି ଔଷଧ ନକଲି ବୋଲି ଏବଂ ୨୦୨୪-୨୫ ଆର୍ଥିକ ବର୍ଷରେ ୨୬ଟି ନକଲି ଔଷଧ ନକଲି ବୋଲି ଡାକ୍ତର ମହାଲିଙ୍ଗ କହିଛନ୍ତି।
ଗତ କିଛି ବର୍ଷ ମଧ୍ୟରେ ଓଡ଼ିଶାରେ ନକଲି ଔଷଧର ଏକ ବଡ଼ ବୃଦ୍ଧି ଘଟିଛି, ଯାହା ରୋଗୀଙ୍କ ଜୀବନକୁ ବିପଦରେ ପକାଇଛି। ରିପୋର୍ଟ ଅନୁଯାୟୀ, ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ, କୋଲକାତା ଏବଂ ହାଇଦ୍ରାବାଦ ଭଳି ଅନ୍ୟ ସ୍ଥାନରୁ ରାଜ୍ଯକୁ ନକଲି ଔଷଧ ଯୋଗାଣ କରାଯାଉଥିଲା।ମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶା ରାଜ୍ୟ ମେଡିକାଲ କର୍ପୋରେସନ ଦ୍ୱାରା କିଣାଯାଇଥିବା ୧୦୩ଟି ଔଷଧ ନିମ୍ନମାନର ବୋଲି ଜଣାପଡ଼ିଛି ଏବଂ ଗତ ୩ ବର୍ଷ ମଧ୍ୟରେ ୪ଟି ଯୋଗାଣକାରୀଙ୍କୁ କଳାତାଲିକାଭୁକ୍ତ କରାଯାଇଛି। କଳାତାଲିକାଭୁକ୍ତ ହୋଇଥିବା ଔଷଧ ସଂସ୍ଥାଗୁଡ଼ିକ ହେଲେ LA CHEMICO Pvt Ltd, କପ୍ରଦେଶ, ସ୍ୱରୂପ ଫାର୍ମାସ୍ୟୁଟିକାଲ ପ୍ରାଇଭେଟ ଲିମିଟେଡ, ଉତ୍ତର ପ୍ରଦେଶ; ଆଇଭସ୍ ଡ୍ରଗ୍ସ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ, ମଧ୍ୟପ୍ରଦେଶ; ଏବଂ ଆଲାଏନ୍ସ ବାୟୋଟେକ, ହାଇଦ୍ରାବାଦ ।