
ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଆଖି ବୁଜିଲା ୧୦ ବର୍ଷର ବାଳକ
ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଚାଲିଗଲା ୧୦ ବର୍ଷ ବାଳକର ଜୀବନ । ମାଓବାଦୀଙ୍କ ବର୍ବରକାଣ୍ଡ ପାଇଁ ଚାଲିଗଲା ନିରୀହ ବାଳକର ଜୀବନ । ଚିକିତ୍ସିତ ଅବସ୍ଥାରେ ବାଳକ ଜଣଙ୍କର ମୃତ୍ୟୁ ହୋଇଛି । ଏଭଳି ଘଟଣା ସାମ୍ନାକୁ ଆସିଛି ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲାରୁ ।
ସୂଚନା ଅନୁଯାୟୀ,ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲାରେ ମାଓବାଦୀଙ୍କ ଦ୍ୱାରା ଖଞ୍ଜାଯାଇଥିବା ଲ୍ୟାଣ୍ଡ ମାଇନ ବିସ୍ଫୋରଣ ହୋଇଥିଲା । ଏହି ବିସ୍ଫୋରଣ ସମୟରେ ସେହି ସ୍ଥାନରେ ଏକ ୧୦ ବର୍ଷ ବାଳକ ଥିଲା । ବିସ୍ଫୋରଣ ପରେ ବାଳକଙ୍କୁ ଗୁରୁତର ଅବସ୍ଥାରେ ତୁରନ୍ତ ବିଜାପୁର ଜିଲ୍ଲା ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ଦୁର୍ଭାଗ୍ୟବଶତଃ ଚିକିତ୍ସାଧୀନ ଅବସ୍ଥାରେ ବାଳକଟିର ମୃତ୍ୟୁ ହୋଇଛି। ସୁରକ୍ଷା କର୍ମୀଙ୍କୁ ଟାର୍ଗେଟ କରି ମାଓବାଦୀ ଲ୍ୟାଣ୍ଡ ମାଇନ ଖଞ୍ଜିଥିବା ବିଜାପୁର ଏସପି ଜିତେନ୍ଦ୍ର ଯାଦବ ସୂଚନା ଦେଇଛନ୍ତି।