ଷଷ୍ଠ ଶ୍ରେଣୀର ଛାତ୍ରୀ ୬ ମାସର ଗର୍ଭବତୀ

ରାୟଗଡ଼ା ଜିଲାରେ ଆଉ ଏକ ଚାଞ୍ଚଲ୍ୟକର ଘଟଣା ନଜରକୁ ଆସିଛି। ଜଣେ ୧୪ ବର୍ଷ ତଥା ଷଷ୍ଠ ଶ୍ରେଣୀର ଛାତ୍ରୀ ୬ ମାସର ଗର୍ଭବତୀ ହୋଇଛନ୍ତି। ରାୟଗଡ଼ା ଜିଲ୍ଲା କଲ୍ୟାଣସିଂପୁର ଅଞ୍ଚଳରେ ଘଟଣା ଘଟିଛି । ଘଟଣା ଜଣାପଡିବା ପରେ ଆଜି ଆଶା ଓ ଅଙ୍ଗନବାଡ଼ି କର୍ମୀଙ୍କ ସହଯୋଗରେ ରାୟଗଡା ଶିଶୁ କଲ୍ୟାଣ କମିଟି ନିକଟରେ ନାବାଳିକାକୁ ହାଜର କରାଯାଇଛି। ଦୀର୍ଘ ସମୟ ଧରି ଉକ୍ତ ନାବାଳିକାଙ୍କୁ ସମସ୍ତ ବିଷୟରେ ପଚରାଉଚରା କରୁଛି ଶିଶୁ କଲ୍ୟାଣ କମିଟି।

ସୂଚନା ଅନୁସାରେ ରାୟଗଡା ସଦର ବ୍ଲକ ଜୁଡି ଗ୍ରାମର ଜଣେ ୧୭ ବର୍ଷର ନାବାଳକ ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ର । ଉକ୍ତ ନାବାଳିକା ସହ ନାବାଳକର ପ୍ରେମ ସଂପର୍କ ରହିବା ପରେ ଶରିରୀକ ସଂପର୍କ ଗଢି ଉଠିଥିଲା । ପରେ ସେ ୬ ମାସର ଗର୍ଭବତୀ ହେବା ପରେ ନାବାଳିକାର ପରିବାର ଲୋକେ ଝିଅକୁ ନାବାଳକର ଘରେ ଛାଡି ଦେଇଥିଲେ । ଏହି ଘଟଣା ସଂକ୍ରାନ୍ତରେ ଖବର ପ୍ରଚାରିତ ହେବା ପରେ ରାୟଗଡା ମହିଳା ଓ ଶିଶୁ କଲ୍ୟାଣ ବିଭାଗ ନାବାଳିକାକୁ ଉଦ୍ଧାର କରି ସିଡବ୍ଲୁସି ନିକଟରେ ହାଜିର କରିଛି । ଅପରପକ୍ଷେ ଘଟଣାର ତଦନ୍ତ ଚାଲିଛି ବୋଲି ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷା ବିଦୁଲତା ହୁଇକା ସୂଚନା ଦେଇଛନ୍ତି।

Related Articles

Back to top button