ବିଡ଼ା ବିଡ଼ା ନୋଟ ଭର୍ତ୍ତି ସିନ୍ଦୁକ : ୨ ଦିନ ହେଲାଣି ସରୁନି ଗଣିବା

୪୮ ଘଣ୍ଟା ପରେ ବି ରେଡ୍ ସରୁନି କି ଟଙ୍କା ଗଣା ସରୁନି। ଯେତେ ଗଣିଲେ ବି ସରୁନି ଟଙ୍କା। ବଡ଼ବଜାର ଠାରେ ଥିବା ମଦ ଭାଟି କାର୍ଯ୍ୟାଳୟରୁ ସମ୍ବଲପୁର ଷ୍ଟେଟ୍ ବ୍ୟାଙ୍କକୁ ବ୍ୟାଗ ଭର୍ତ୍ତି ଟଙ୍କା ଭ୍ୟାନରେ ଆସୁଛି। ଗତାକାଲି ଗୋଟିଏ ଭ୍ୟାନରେ ଟଙ୍କା ଆସିଥିଲା। ଆଜି ୨ଟି ଭ୍ୟାନରେ ଟଙ୍କା ଆସିଛି। ଗତକାଲି ରାତି ତମାମ ଟଙ୍କା ଗଣିଥିଲେ ବ୍ୟାଙ୍କ କର୍ମଚାରୀ। ଆଜି ବି ଟଙ୍କା ଗଣା ଚାଲିଛି।

ଗତକାଲି ରାତି ତମାମ ମଦ ଭାଟିରେ ଆୟକର ବିଭାଗ ଅଧିକାରୀ ଟଙ୍କା ଗଣିଥିଲେ। ଏଣେ ବ୍ୟାଙ୍କରେ ଚାଲିଛି ଟଙ୍କା ଗଣା। ବଲାଙ୍ଗିର ଷ୍ଟେଟ୍ ବ୍ୟାଙ୍କରେ ମଧ୍ୟ ଟଙ୍କା ଗଣା ଚାଲିଛି। ଆଜି ଆହୁରି ଟଙ୍କା ଆସିପାରେ ବୋଲି ଅନୁମାନ କରାଯାଉଛି। ଟିକସ ଫାଙ୍କି ଅଭିଯୋଗରେ ମଦ ଓ ସ୍ପିରିଟ ପ୍ରସ୍ତୁତକାରୀ କଂପାନୀ ବୌଦ୍ଧ ଡିଷ୍ଟିଲାରୀ ପ୍ରାଇଭେଟ ଲିମିଟେଡ ଉପରେ ଆୟକର ବିଭାଗ ରେଡ୍ କରି କୋଟି କୋଟି ଟଙ୍କା ଜବତ କରିଛି। ଜବତ ଟଙ୍କା ୩୦୦ କୋଟି ଟପିଯିବ ବୋଲି ଅନୁମାନ କରୁଛନ୍ତି ଆଇଟି ଅଧିକାରୀ । ମଦ ବ୍ୟବସାୟୀ ତଥା ଝାଡଖଣ୍ଡ କଂଗ୍ରେସ ରାଜ୍ୟସଭା ସାଂସଦ ଧୀରଜ ସାହୁ ଓ ତାଙ୍କ ସହଯୋଗୀଙ୍କ ଘରେ ରେଡ୍ କରୁଛି ଆୟକର ବିଭାଗ ।

ବଲାଙ୍ଗିର, ବୌଦ୍ଧ, ସମ୍ବଲପୁର, ସୁନ୍ଦରଗଡ଼, ଭୁବନେଶ୍ବର ସମେତ କୋଲକାତା ଓ ରାଞ୍ଚିର ୨୫ଟି ସ୍ଥାନରେ ମିଳିଛି ପୁଳା ପୁଳା ଟଙ୍କା । ରେଡ ବେଳେ ଧୀରଜ ସାହୁଙ୍କ ରୋଜଗାର ଉତ୍ସ ଓ ଦେଣନେଣ ନେଟୱର୍କ ସମ୍ପର୍କରେ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ସଂଗ୍ରହ କରିଛନ୍ତି ଅଧିକାରୀ । ଛତିଶଗଡ଼ ନିର୍ବାଚନରେ ଅନେକ ନେତାଙ୍କ ପାଖକୁ ଟଙ୍କା ଯାଇଥିବା ସୁରାକ ମିଳିଛି। ଟିକସ ଫାଙ୍କି ମାମଲାରେ ବଡ଼ ଧରଣର ପେନାଲ୍ଟି ପଡ଼ିପାରେ। ବହୁ କୋଟି ଟଙ୍କାର ଜରିମାନା କରିପାରେ ଆୟକର ବିଭାଗ। ଇଡି ମଧ୍ୟ ତଦନ୍ତ କରିପାରେ। ସାଂସଦଙ୍କ ପରୋକ୍ଷ ସଂପୃକ୍ତି ଥିବାରୁ ରାଜନୈତିକ ବୟାନବାଜି ବଢ଼ିପାରେ।

Related Articles

Back to top button