ଅରୁଣାଚଳ ପ୍ରଦେଶରେ ସହିଦ ହୋଇଛନ୍ତି ଜଣେ ବୀର ଓଡ଼ିଆ ଯବାନ

ଦେଶ ପାଇଁ ଲଢ଼େଇ କରୁଥିବା ଜଣେ ବୀର ଓଡ଼ିଆ ଯବାନ ଆଜି ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି ।ଖବର ମୁତାବକ, ଅରୁଣାଚଳ ପ୍ରଦେଶରେ ସହିଦ ହୋଇଛନ୍ତି ଜଣେ ବୀର ଓଡ଼ିଆ ଯବାନ । ଏହି ଯବାନଙ୍କ ଜଣଙ୍କ ହେଉଛନ୍ତି ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ଅସ୍ତି ପଞ୍ଚାୟତ କଣ୍ଟାଡିହା ଗାଁର ଜଗନ୍ନାଥ ପ୍ରଧାନ । ଜଗନ୍ନାଥ ୩ ବର୍ଷ ପୂର୍ବେ ୨୦୦୧ ମସିହାରେ ଆସାମ ରାଇଫଲ୍ସରେ ଯୋଗ ଦେଇଥିଲେ । ଅରୁଣାଚଳ ପ୍ରଦେଶର ତାଙ୍କର ଡ୍ୟୁଟି ପଡ଼ିଥିଲା । ତେବେ ଡ୍ୟୁଟି କରୁଥିବା ସମୟର ଗତ ୭ ତାରିଖରେ ଜଗନ୍ନାଥ ଅଚାନକ ଅସୁସ୍ଥ ହୋଇ ପଡ଼ିଥିଲେ । ଏହା ପରେ ତାଙ୍କୁ ସଙ୍ଗେସଙ୍ଗେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଡାକ୍ତରଙ୍କର ସମସ୍ତ ପ୍ରୟାସ ପରେ ଚିକିତ୍ସାଧୀନ ଅବସ୍ଥାରେ ଜଗନ୍ନାଥ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ଏହି ବୀର ଯବାନଙ୍କୁ ଗାର୍ଡ ଅଫ୍ ଅନ୍ନର ଦିଆଯାଇ ଗାଁ ମଶାଣିରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା । ବୀର ଯବାନ ଜଗନ୍ନାଥଙ୍କ ବିୟୋଗରେ ତାଙ୍କର ପରିବାର ବର୍ଗ ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ପଡ଼ିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଶୋକର ଲହରୀ ଖେଳିଯାଇଛି ।

Related Articles

Back to top button