
ବିଜେଡି ଓଡିଶା ଫେସବୁକ୍ ଆକାଉଣ୍ଟ ନାଁରେ ମାମଲା ରୁଜ୍ଜୁ
ଲକ୍ଷାଦ୍ବୀପ ଫଟୋ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅପମାନ ପ୍ରସଙ୍ଗକୁ ନେଇ ମାମଲା ରୁଜ୍ଜୁ ହୋଇଛି । ବିଜେପି ଏତଲା ଆଧାରରେ ସାଇବର ଥାନାରେ ମାମଲା ରୁଜ୍ଜୁ ହୋଇଛି। ଅଜଣା ଦୁର୍ବୁତ୍ତଙ୍କ ନାଁରେ ବିଭିନ୍ନ ଦଫାରେ ପୁଲିସ ମାମଲା ରୁଜ୍ଜୁ କରିଛି। ଧାରା ୨୯୪, ଆଇପିସି ଦଫା ୬୭(କ), ଆଇଟି ଆକ୍ଟରେ ମାମଲା ରୁଜ୍ଜୁ ହୋଇଥିବା ନେଇ ସୂଚନା ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅପମାନ ନେଇ ସାଇବର ଥାନାରେ ଏତଲା ହୋଇଥିଲା। ବିଜେପି ପକ୍ଷରୁ ସମୀର ମହାନ୍ତି , ପୀତାମ୍ବର ଆଚାର୍ଯ୍ୟ ପ୍ରମୁଖ ଏତଲା କରିଥିଲେ । ବିଜେଡି ଓଡିଶା ଫେସବୁକ୍ ଆକାଉଣ୍ଟ ନାଁରେ ଏମାନେ ଏତଲା କରିଥିଲେ। ଉକ୍ତ ଆକାଉଣ୍ଟରେ ମୋଦୀଙ୍କ ପ୍ରତି ଅପମାନଜନକ ଶଦ୍ଦ ପ୍ରୟୋଗ କରାଯାଇଥିଲା।