ବାତ୍ୟା ଦାନାର କ୍ଷୟକ୍ଷତି ଆକଳନ କରିବାକୁ କେନ୍ଦ୍ରାପଡା ଓ ଭଦ୍ରକରେ ପହଞ୍ଚିଲେ କେନ୍ଦ୍ରୀୟ ଟିମ

ବାତ୍ୟା ଦାନାର କ୍ଷୟକ୍ଷତି ଆକଳନ କରିବାକୁ କେନ୍ଦ୍ରାପଡା ଓ ଭଦ୍ରକରେ ପହଞ୍ଚିଲେ କେନ୍ଦ୍ରୀୟ ଟିମ । କେନ୍ଦ୍ରାପଡାକୁ ଆସିଥିବା ୨ ଜଣିଆ କେନ୍ଦ୍ରୀୟ ଟିମରେ କେନ୍ଦ୍ର ରାଜପଥ ସଡକ, ପରିବହନ ମନ୍ତ୍ରଣାଳୟର ଆଞ୍ଚଳିକ ଅଧିକାରୀ ସୁନୀଲ କୁମାର ଏବଂ ସ୍ନେହା ସାମିଲ ହୋଇଛନ୍ତି ।ଟିମ୍ ଜିଲ୍ଲାପାଳ ଓ ସବୁ ବିଭାଗର ବିଭାଗର ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି । ପରେ ସେମାନେ ରାଜନଗରର ଡାଙ୍ଗମାଳ, ରଙ୍ଗଣି, ଟିକାୟତ ନଗର, ପଟାପାରିଆ ଗାଁ ବୁଲି ଚାଷ, ବାସ, ବିଦ୍ୟୁତ୍ ଏବଂ ଭିତ୍ତିଭୂମି ପ୍ରଭାବିତ ହୋଇଥିବା ଅଞ୍ଚଳ ଦେଖିବା କାର୍ଯ୍ୟକ୍ରମ ରହିଛି ।

କେନ୍ଦ୍ରୀୟ ଦଳ ସେଠାରେ ବାତ୍ୟା ଦାନା ଦ୍ୱାରା ପ୍ରଭାବିତ ଅଂଚଳ ବୁଲି କ୍ଷୟକ୍ଷତି ଆକଳନ କରିବେ ବୋଲି ଜଣାଯାଇଛି । ପ୍ରତି ବର୍ଷ ବାତ୍ୟା ଆସୁଛି । ଝାଟି ମାଟି ଘର ଭାଙ୍ଗୁଛି । ଆଉ ବିପନ୍ନ ପୁଣିଥରେ ସେଇ କଚ୍ଚା ଘର ତିଆରି କରୁଛି । ପିଏମ୍ ଆବାସ ପାଇଁ ଆବେଦନ କରି ହିତାଧିକାରୀ ବଞ୍ଚିତ ହେଉଛନ୍ତି ।

Related Articles

Back to top button