ଜାହାଜରୁ କୋକେନ ମିଳିବା ଘଟଣାର ତଦନ୍ତ ପାଇଁ ପାରାଦୀପରେ ପହଞ୍ଚିଲେ ବିଦେଶୀ ଭାଷା ଅନୁବାଦ ଟିମ

ପାରାଦୀପ ଏମଭି ଦେବୀ ଜାହାଜରୁ କୋକେନ ମିଳିବା ଘଟଣା। ପାରାଦୀପରେ ପହଞ୍ଚିଲେ ବିଦେଶୀ ଭାଷା ଅନୁବାଦ ଟିମ। ଭାଷା ସମସ୍ୟାକୁ ନେଇ ୭ଦିନ ଧରି ଆଗେଇ ପାରୁନଥିଲା ତଦନ୍ତ। ଏହି ଟିମ୍ ଏମଭି ଦେବୀ ଜାହଜର କ୍ରୁ ମେମ୍ବରଙ୍କ ଭାଷାକୁ ଅନୁବାଦ କରି ତଥ୍ୟ ପ୍ରଦାନ କରିବ। ଅନୁବାଦକଙ୍କ ମଧ୍ୟରେ ଜଣେ ପୁରୁଷ ଓ ଜଣେ ମହିଳା ଥିବାବେଳେ ଆଜି ଅଟକ ଥିବା ସମସ୍ତ କ୍ରିୟୁ ମେମ୍ବରଙ୍କୁ ସକ୍ଷାତ କରି ସେମାନଙ୍କ ମାଧ୍ୟମରେ ପ୍ରଶ୍ନ ପଚରାଯାଇ ତଦନ୍ତ ଆରମ୍ଭ ହୋଇଛି ।

ନଭେମ୍ବର ୧ ତାରିଖରେ ପାରାଦୀପ ଇଂଟରନ୍ୟାସନାଲ କାର୍ଗୋ ଟର୍ମିନାଲ ମଧ୍ୟକୁ ଇଣ୍ଡୋନେସିଆରୁ ଆସିଥିବା ଏକ ଭେସେଲରୁ ୨ଶହ ୨୦ କୋଟି ଟଙ୍କାର କୋକେନ୍ ଜବତ କରିଥିଲା କଷ୍ଟମ ବିଭାଗ । ଏହି ଘଟଣାର ତଦନ୍ତ ଏନସିବି କରୁଥିବା ବେଳେ ଭେସେଲର ସମସ୍ତ କ୍ରିୟୁ ସଦସ୍ୟ ଭିଏତନାମର ହୋଇଥିବାରୁ ଭାଷାଗତ ସମସ୍ୟା ତଦନ୍ତରେ ବାଧା ସୃଷ୍ଟି କରିଥିଲା । ତେଣୁ ଅନୁବାଦକଙ୍କର ସହାୟତା ନିଆଯାଇଛି ।

Related Articles

Back to top button