ବାଙ୍ଗିରିପୋଷି ରେଳ ଷ୍ଟେସନ ନିକଟସ୍ଥ ରେଲୱେ ଟ୍ରାକରୁ ମାଲବାହୀ ଟ୍ରେନ ଲାଇନଚ୍ୟୁତ

ମୟୁରଭଞ୍ଜ ଜିଲା ବାଙ୍ଗିରିପୋଷି ରେଳ ଷ୍ଟେସନ ନିକଟସ୍ଥ ରେଲୱେ ଟ୍ରାକରୁ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଛି। ଷ୍ଟେସନ ଭିତରେ ଟ୍ରେନ ଲାଇନଚ୍ୟୁତ ହୋଇଛି । ମୟୁରଭଞ୍ଜ ଜିଲା ବାଙ୍ଗିରିପୋଷି ଷ୍ଟେସନର ଉନ୍ନତି କରଣ କାର୍ଯ୍ୟ ପାଇଁ ମାଲ ନେଇ ଆସିଥିବା ସମୟରେ ଟ୍ରେନ ଦୁର୍ଘଟଣାର ସମ୍ମୁଖୀନ ହୋଇଛି । ହୁଇଲ ଛିଣ୍ଡି ଯିବା ଯୋଗୁଁ ଗୋଟିଏ ଡବା ରେଲୱେ ପଟରିରୁ ତଳକୁ ଓହ୍ଲାଇ ଯାଇଛି । ଦୁର୍ଘଟଣାରେ କେହି ଆହତ ହୋଇନଥିବା ସୂଚନା ମିଳିଛି । ଅନ୍ୟପକ୍ଷେ ଉକ୍ତ ବଗିକୁ ଯଦି ନହଟା ଯାଏ ତେବେ ବାଙ୍ଗିରିପୋଷି-ପୁରୀ ସୁପରଫାଷ୍ଟ ଟ୍ରେନ ବିଳମ୍ୱ ହେବା ଆଶଙ୍କା ଉପୁଜିଛି।

Related Articles

Back to top button