ଏପଟେ ବାହାଘର ସେପଟେ ଶୁଦ୍ଧିକ୍ରିୟା

ପ୍ରେମ ବିବାହକୁ ବିରୋଧ କରି ପରିବାରର ଚରମ ନିଷ୍ପତ୍ତି। ପ୍ରେମ ବିବାହ କରିବାରୁ ଝିଅକୁ ପର କରିଦେଲେ ପରିବାର। ଝିଅ ପାଇଁ ଶୁଦ୍ଧି ହେଲେ ପରିବାର, ନେଲେ କଠୋର ନିଷ୍ପତ୍ତି।

ପୁଅ ଘରେ ହେଲା ବାହାଘର, ଝିଅ ଘରେ ଚାଲିଲା ଶୁଦ୍ଧିକ୍ରିୟା। ଗୋଟିଏ ପଟେ ବାଜିଲା ସାହାନାଇ, ଆଉ ଗୋଟିଏ ପଟେ ଶୋକ। ଝିଅ ଫଟୋରେ ଫୁଲମାଳ ପକାଇ ଶୁଦ୍ଧି ହେଲେ ବାପା-ମାଆ। କେନ୍ଦ୍ରାପଡ଼ା ଆଳି ଅଞ୍ଚଳର ଘଟଣାକୁ ନେଇ ଚାଲିଛି ଚର୍ଚ୍ଚା ।

କେନ୍ଦ୍ରାପଡା ଜିଲ୍ଲା ଆଳି ବଜାରରେ ଏମିତି ଘଟଣା ଆଜି ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ସାଜିଛି। ଗୋଟିଏ ପଟେ ଚାଲିଛି ବାହାଘର, ତ ଅନ୍ୟପଟେ ଚାଲିଛି ଶୁଦ୍ଧିକ୍ରିୟା। ପ୍ରେମିକର ହାତ ଧରି ବେଦୀରେ କନିଆ ବିବାହ କରୁଥିବା ବେଳେ ଏପଟେ ଝିଅର ପରିବାର ଲୋକେ ଟେଣ୍ଟ ମାରି ଝିଅର ଫଟୋରେ ଫୁଲ ମାଳ ପକାଇ ଅଶ୍ରୁଳ ଶ୍ରଦ୍ଧାଞ୍ଜଳିର ବ୍ୟାନର ମାରିଛନ୍ତି।

ଝିଅର ବାପା-ମାଆ ସହିତ ପରିବାର ଲୋକେ ଶୁଦ୍ଧି ହୋଇଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଗୌଡପାଟଣା ମୌଜାର ଅନାମ ମଳିକଙ୍କ ପୁଅ ରାଜେନ୍ଦ୍ର ଏବଂ ଦେମାଳ ମୋଜାର ମୁନା ମଳିକଙ୍କ ଝିଅ ଦୀପାଞ୍ଜଳିଙ୍କ ମଧ୍ୟରେ ଦୀର୍ଘ ଦିନରୁ ପ୍ରେମ ସମ୍ପର୍କ ରହିଥିଲା।

ଘର ଲୋକଙ୍କ ବହୁ ମନା କରିବା ସତ୍ବେ ପରିବାର ଲୋକଙ୍କ କଥା ନମାନି ଦୀପାଞ୍ଜଳି ନିଜ ଜିଦ୍‌ରେ ଅଟଳ ରହିଥିଲା। ନିଜ ପ୍ରେମିକ ରାଜେନ୍ଦ୍ରଙ୍କୁ ବିବାହ କରିଥିଲା। ପରିବାର ଲୋକଙ୍କୁ ଏଡ଼ାଇ ଦେଇ ପ୍ରେମିକର ହାତ ଧରି ମଥାରେ ସିନ୍ଦୂର ଓ ହାତରେ ଶଙ୍ଖା ପିନ୍ଧିଥିଲା। ଆଉ ଝିଅର ଏହି ବିବାହକୁ ବିରୋଧ କରି ପରିବାର ଲୋକେ ଟେଣ୍ଟ ମାରି ଶୁଦ୍ଧି ହୋଇଛନ୍ତି।

ବିବାହ ବେଦୀରୁ ଶ୍ରାଦ୍ଧ ହେଉଥିବା ସ୍ଥଳର ଦୂରତା ମାତ୍ର ଦୁଇ ଶହ ମିଟର। ଗୋଟିଏ ପଟେ ଶୁଭ ମନାସୀ ମନ୍ତ୍ରପାଠ କରାଯାଉଛି। ଆଉ ଗୋଟିଏ ପଟେ ଆତ୍ମାର ଶାନ୍ତି ପାଇଁ ପୂଜାପାଠ କରାଯାଇଛି।

କାହିଁକି ଏମିତି କରୁଛନ୍ତି ଜନ୍ମ ଦେଇଥିବା ବାପା, ମା’। କାରଣ ଜାଣିଲେ ହୁଏତ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ପରିବାର ଲୋକଙ୍କ ବାରଣ ସତ୍ତ୍ବେ ଝିଅ ପ୍ରେମ ବିବାହ କରିଛନ୍ତି ବୋଲି ପରିବାର ଲୋକ ଶ୍ରାଦ୍ଧ କରିଛନ୍ତି।

Related Articles

Back to top button