ମାଲକାନଗିରି ଜିଲ୍ଲାରେ ଠାବ ହେଲା ବଡ ଧରଣର ମାଓ ଡମ୍ପ

ମାଲକାନଗିରି ଜିଲ୍ଲାରେ ଠାବ ହେଲା ବଡ ଧରଣର ମାଓ ଡମ୍ପ । କାଲିମେଳା ଥାନା ଭେଜାଙ୍ଗିୱାଡା ଜଙ୍ଗଲରେ କମ୍ବିଂ ଅପରେସନ ବେଳେ ଏହି ମାଓ ଡମ୍ପକୁ ଠାବ କରିଛନ୍ତି ୧୪୨ ବାଟାଲିଆନର ବିଏସଏଫ ଜବାନ । ଦୟାଳତୂଙ୍ଗ ଗାଁ ପାଖରେ ଥିବା ଏକ ଗୁମ୍ଫା ଭିତରେ ତଲାସୀ କରିବା ବେଳେ ମାଓବାଦୀଙ୍କ ଏକ ଡମ୍ପ ଜବାନଙ୍କ ହାତରେ ଲାଗିଥିଲା । ଡମ୍ପ ଭିତରେ ଦୁଇଟି ଲ୍ୟାଣ୍ଡମାଇନ, ୬୨ଟି ଜିଲୋଟିନ ଷ୍ଟିକ୍, ବେଟେରୀ, ବିଦ୍ୟୁତ ତାର, ସୋଲାର ପେନାଲ, ନକ୍ସଲ ପୋଷାକ ଓ ପ୍ରଚାର ପତ୍ର ରହିଥିଲା । ଲ୍ୟାଣ୍ଡମାଇନ ଉଦ୍ଧାର କରିବା ପରେ ଏହାକୁ ନିଷ୍କ୍ରିୟ କରିଛନ୍ତି ସୁରକ୍ଷା କର୍ମୀ । ମାଓବାଦୀ ମାନେ ଜବାନଙ୍କୁ ଟାର୍ଗେଟ କରିବା ଲାଗି ଏହି ସବୁ ବିସ୍ଫୋରକ ସାମଗ୍ରୀ ଏକାଠି କରିଥିବା ବିଏସଏଫ ବାହିନୀ ପକ୍ଷରୁ ସୂଚନା ଦିଆଯାଇଛି ।

Related Articles

Back to top button