ଡ୍ରେସ୍ କଟକଣା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜାରି ହେଲା ଚିଠି

ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ଡ୍ରେସ୍ କଟକଣା ନେଇ ସମସ୍ତ ସେବାୟତ ନିଯୋଗ ଓ ହୋଟେଲ ଆସୋସିଏସନକୁ ଚିଠି ଲେଖିଛି ଶ୍ରୀମନ୍ଦିର ପ୍ରଶାସନ । ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତମାନେ କେଉଁ ପ୍ରକାର ଡ୍ରେସ୍ ପିନ୍ଧିବେ ସେନେଇ ସଚେତନ କରିବାକୁ ଚିଠିରେ କୁହାଯାଇଛି ।

ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ଯିବାକୁ ହେଲେ କେଉଁଭଳି ପୋଷାକ ପିନ୍ଧିବେ ଏନେଇ ଆସିଛି ଏହାର ପରାମର୍ଶବଳୀ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ପରାମର୍ଶବଳୀରେ ଦର୍ଶାଯାଇଛି ଯେ, ଯେଉଁ ଶ୍ରଦ୍ଧାଳୁମାନେ ହୋଟେଲରେ ରହୁଛନ୍ତି ସେମାନଙ୍କୁ ହୋଟେଲ କର୍ମଚାରୀ, ଟୁରିଷ୍ଟ ଗାଇଡଙ୍କ ଜରିଆରେ ପୋଷାକ କଟକଣା ବିଷୟରେ ସଚେତନ କରାନ୍ତୁ । ଶ୍ରୀମନ୍ଦିରର ଚିଠିରେ ଦର୍ଶାଯାଇଛି ଯେ, ପୁରୁଷମାନେ ଫୁଲ୍ ପ୍ୟାଂଟ, ସାର୍ଟ, ଚୁଡିଦାର-ପଞ୍ଜାବୀ, ଧୋତି ଆଦି ପାରମ୍ପରିକ ଶାଳୀନତାପୂର୍ଣ୍ଣ ପୋଷାକ ପିନ୍ଧି ପାରିବେ । ମହିଳା ମାନେ ଶାଢୀ, ସାଲୱାର, କମିଜ ପ୍ରଭୃତି ପରିଧାନ କରି ଆସିଲେ ଶ୍ରୀମନ୍ଦିରରେ ପ୍ରବେଶ ଅନୁମତି ପାଇବେ । ଏନେଇ ଆସନ୍ତା ନୂଆବର୍ଷ ପର୍ଯ୍ୟନ୍ତ ସଚେତନ କରାଯିବ । ନୂଆବର୍ଷ ପରେ କଟକଣା କଡ଼ାକଡି ଭାବେ ପାଳନ କରାଯିବ ବୋଲି କୁହାଯାଇଛି ।

ନିୟମ ଲାଗୁ ହୋଇନି ତେବେ ବିବେକ ଅନୁସାରେ ବର୍ତମାନ ଶାଳୀନତା ପୋଷାକ ପିନ୍ଧନ୍ତୁ ବୋଲି ଚିଠିରେ ଦର୍ଶାଯାଇଛି। ଶ୍ରୀମନ୍ଦିର ପ୍ରଶାସକଙ୍କ ପକ୍ଷରୁ ସବୁ ନିଯୋଗ ଓ ହୋଟେଲକୁ ଚିଠି ଲେଖିଛନ୍ତି ମୁଖ୍ୟ ପ୍ରଶାସକ ।

Related Articles

Back to top button