ରଥଯାତ୍ରା ପାଇଁ ମକଡ୍ରିଲ ଆୟୋଜିତ

ଚଳିତ ରଥଯାତ୍ରାକୁ କିଭଳି ଶୃଙ୍ଖଳିତ ଓ ସଫଳପୁର୍ଣ୍ଣ ଭାବେ ସମାପନ କରିହେବ ସେନେଇ ଜିଲ୍ଲା ପ୍ରଶାସନ ତରଫରୁ ଟାଉନଥାନା ନିକଟରେ ମିଳିତ ମକଡ୍ରିଲ ଆୟୋଜିତ ହୋଇଛି। ବିଶେଷ କରି ରଥଯାତ୍ରାରେ ଯଦି କୌଣସି କାରଣରୁ ଦୁର୍ଘଟଣା ହୁଏ, ତେବେ କିଭଳି ଘଟଣା ସ୍ଥଳରେ ଏନଡିଆରଏଫ, ଓଡ୍ରାଫ, ଡାକ୍ତରୀଦଳ ସହ ଆମ୍ବୁଲାନ୍ସ ଉଦ୍ଧାରକାରୀ ଦଳ ପହଁଚିବ ସେନେଇ ମକଡ୍ରିଲ କରାଯାଇଛି ।ଏଥିରେ ଏନଡିଆରଏଫ, ଓଡ୍ରାଫ , ଅଗ୍ନୀଶମ ବାହିନୀ, ସ୍କାଉଟ, ଗାଇଡ, ଆପଦମିତ୍ର,ସିଭିଲ ଡିଫେନ୍ସ, ସ୍ବେଚ୍ଛାସେବୀ, ସ୍ବାସ୍ଥ୍ୟ ବିଭାଗର ମିଳିତ ମକଡ୍ରିଲ୍ କରାଜାଇଥିବା ଦେଖିବାକୁ ମିଳିଛି। ରଥଯାତ୍ରା ସମୟରେ କିଭଳି ଜରୁରିକାଳୀନ ଭିତିରେ ସେବା କରାଯାଇପାରିବ ସେଥିପାଇଁ ଏହାର ମକଡ୍ରିଲ କରାଯାଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି।

Related Articles

Back to top button