
ମହାପ୍ରସାଦ ବିକ୍ରି କରୁଥିବା ସୁପକାରଙ୍କ ସହାୟକମାନେ ପିନ୍ଧିବେ ନୂଆ ଡ୍ରେସ୍ କୋର୍ଡ
ଆନନ୍ଦବଜାରରେ ଲାଗୁ ହେବ ନୂଆ ଡ୍ରେସ୍କୋଡ୍ । ଏଣିକି ମହାପ୍ରସାଦ ବିକ୍ରି କରୁଥିବା ସୁପକାରଙ୍କ ସହାୟକମାନେ ପିନ୍ଧିବେ ଗେରୁଆ ରଙ୍ଗର ପୋଷାକ । ଶ୍ରୀମନ୍ଦିର ପ୍ରଶାସନର ସ୍ୱୀକୃତି ମିଳିବା ପରେ ସୁଆ ମହାସୁଆର ନିଯୋଗ ଆନନ୍ଦଜାର କ୍ଷେତ୍ରରେ ଏହି ବ୍ୟବସ୍ଥା ଲାଗୁ କରାଯାଇଛି ।ଆସନ୍ତା ୨୫ ତାରିଖକୁ ଏହି ନିୟମ ଲାଗୁ ହେବ ଏବଂ ଗେରୁଆ ରଙ୍ଗର ପୋଷାକ ପିନ୍ଧି ଆନନ୍ଦ ବଜାର ଆସିବେ ।