ଅବଢା ବିକ୍ରିକୁ ନେଇ ନୂଆ ନିୟମ

ପୁରୀ: ଶ୍ରୀମନ୍ଦିରରେ ଅବଢା ବିକ୍ରିକୁ ନେଇ ଏକ ନୂଆ ନିୟମ କରାଯାଇଛି । ଏଣିକି ଯେ କୌଣସି ବ୍ୟକ୍ତି ବିକ୍ରି କରିପାରିବେ ନାହିଁ ଶ୍ରୀଜୀଉଙ୍କ ମହାପ୍ରସାଦ । ଆନନ୍ଦବଜାରକୁ ଶୃଙ୍ଖଳିତ କରିବାକୁ ନେଇ ଏକ ବଡ ପଦକ୍ଷେପ ନିଆଯାଇଛି । ଯଦି ଏମିତି ହୁଏ ତେବେ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏ ପ୍ରସଙ୍ଗରେ ଏକ କଠୋର ନିୟମ ପ୍ରଣୟନ କରାଯିବ । ଯାହାକୁ ମାନି ଚଳିବାକୁ ବାଧ୍ୟହେବେ ସମସ୍ତ ଲୋକେ ।

ଏଣିକି କୌଣସି ବାହାର ଲୋକ ବିକି ପାରିବେନି ଶ୍ରୀଜୀଉଙ୍କ ମହାପ୍ରସାଦ । ଏହାବ୍ୟତୀତ ମହାପ୍ରଭୁଙ୍କ ଶୁଖିଲା ଭୋଗ ବିକିବି ପାଇଁ ମଧ୍ୟ କୌଣସି ବାହାର ଲୋକଙ୍କୁ ଅନୁମତି ମିଳିପାରିବ ନାହିଁ । ତେବେ କେବକଳ ସୁପକାର ସେବାୟତ ମାନେ ହିଁ ଅବଢା ଏବଂ ଭୋଗ ବିକ୍ରି କରିପାରିବେ । ଶ୍ରୀଜୀଉଙ୍କ ଅବଢା ବିକ୍ରି କରିବା ପାଇଁ ଏମାନଙ୍କୁ ଅନୁମତି ମିଳିଛି । ତେବେ ଯଦି କୌଣସି ବାହାର ବ୍ୟକ୍ତି ଅବଢା କିମ୍ବା ଭୋଗ ବିକ୍ରି କରନ୍ତି, ତେବେ ସେମାନଙ୍କ ବିରୋଧରେ କଡା କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି । ଏହି ମାମଲାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଥାନାରେ ଏତଲା ଦିଆଯିବା ସହ ଦୃଢ କାର୍ଯ୍ୟନୁଷ୍ଠାନ ନିଆଯିବ । ତେଣୁ ଏହାକୁ ତଦାରଖ କରିବା ପାଇଁ ୧୨ ଜଣିଆ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି । ଏ ନେଇ ସୁଆର ଏବଂ ମହାସୁଆର ନିଯୋଗ ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନକୁ ଏକ ଚିଠି ପଠାଯାଇଛି ।

Related Articles

Back to top button