ରାୟଗଡାରେ ବୁଲୁଛି ମହାବଳ , ଅଞ୍ଚଳବାସୀ ଆତଙ୍କିତ

ରାୟଗଡାରେ ବାଘ ଆତଙ୍କ ବାଘ ଆତଙ୍କ । ପ୍ରଥମେ ଗଜପତି ଜିଲ୍ଲାର ଆର୍-ଉଦୟଗିରି ଅଞ୍ଚଳରେ ବାଘ ଆତଙ୍କ ସୃଷ୍ଟି ହୋଇଥିଲା । ବାଘକ ଗତିବିଧି ଉପରେ ନଜର ରଖିବା ପାଇଁ ବିଭିନ୍ନ ସ୍ଥାନରେ ଟ୍ରାପ କ୍ୟାମେରା ଲଗାଇବା ପରେ ବାଘର ଫଟୋ କଏଦ ହୋଇଥିଲା । ବନ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ ବାଘଟି ଗଜପତି ଜିଲ୍ଲା ସୀମାନ୍ତ ଅତିକ୍ରମ କରି ରାୟଗଡା ସୀମାନେ ପ୍ରବେଶ କରିଥିବା ନେଇ ଆଶଙ୍କା କରାଯାଉଛି ।

ଯେଉଁଥି ପାଇଁ ଗାଁ ଲୋକଙ୍କୁ ସତର୍କ ରହିବା ପାଇଁ ଏବଂ ଗୃହପାଳିତ ପଶୁଙ୍କୁ ଜଙ୍ଗଲ ଭିତରକୁ ନଛାଡିବା ପାଇଁ ବନବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି ।ସୂଚନଥାଉ ଯେ, ଟ୍ରାପ୍ କ୍ୟାମେରାରେ କଏଦ ହୋଇଛି ବାଘର ଦୃଶ୍ୟ । ବାଘ ଚଳପ୍ରଚଳ କରୁଥିବାରୁ ସ୍ଥାନୀୟ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ରାତିରେ ଅଯଥା ନବାହାରିବା ସହ ଗୃହପାଳିତ ପଶୁଙ୍କୁ ବାନ୍ଧି ରଖିବା ପାଇଁ ପରାମର୍ଶ ଦିଆଯାଇଛି ।

ସୂଚନାଥାଉ କି, ଏହା ପୂର୍ବରୁ ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅଞ୍ଚଳରେ ମହାବଳଟି ବୁଲୁଥିବା ଏବଂ ଗୋରୁଗାଈ ଶିକାର କରୁଥିବା ଖବର ସାମ୍ନାକୁ ଆସିଥିଲା । ପରେ ବନ ବିଭାଗ ପକ୍ଷରୁ ଏହାକୁ ଟ୍ରାପ କରିବା ପାଇଁ କ୍ୟାମେରା ମଧ୍ୟ ଲାଗିଥିଲା । କ୍ୟାମେରାରେ ମହାବଳର ଫଟୋ ସାମ୍ନାକୁ ଆସିଥିଲା । ମହାବଳ ଉପରେ ବନ ବିଭାଗ ନଜର ରଖିଛି । ତେବେ ମହାବଳ ବାଘ ଉପରେ ନଜର ରଖିବାକୁ ବନ ବିଭାଗ ପକ୍ଷରୁ 5ଟି ସ୍ବତନ୍ତ୍ର ଟିମ୍ ଗଠନ ହୋଇଛି ।

Related Articles

Back to top button