
ମାଲକାନିଗିରି କୁର୍ତ୍ତୀ ଜଙ୍ଗଲରୁ ଜଣେ ମହିଳା ମାଓବାଦୀକୁ ଗିରଫ କରିଛି ପୁଲିସ
ମାଲକାନିଗିରି ପୁଲିସକୁ ମିଳିଛି ବଡ଼ ସଫଳତା। ଜିଲ୍ଲାର MBHI -79 ଥାନା ଅନ୍ତର୍ଗତ କୁର୍ତ୍ତୀ ଜଙ୍ଗଲରୁ ଜଣେ ମହିଳା ମାଓବାଦାକୁ ଗିରଫ କରିଛି ପୁଲିସ। ଆଣ୍ଟି ମାଡଭି ଓରଫ୍ ଲକି ନାମକ ଜଣେ ମହିଳା ମାଓବାଦୀ ନେତା ସୁକୁମା ମାଓବାଦୀ ସଂଗଠନ ଉଦୟ ପ୍ରୋଟେକଷ୍ଟ ୟୁନିଟର ସଦସ୍ୟ ଥିଲେ। ଓଡିଶା ଏବଂ ଛତିଶଗଡ଼ର ଉଭୟ ସରକାର ତାଙ୍କ ମୁଣ୍ଡ ଉପରେ ୨ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରିଥିଲେ। ଗିରଫ ମହିଳା ମାଓବାଦୀଙ୍କ ଘର ଛତିଶଗଡର ବିଜାପୁର ଜିଲ୍ଲାରେ ଥିବା କୁହାଯାଉଛି। ଓଡିଶାରେ ଭଙ୍ଗିଯାଇଥିବା ମାଓ ସଂଗଠନକୁ ପୁନଃ ଗଠନ କରିବା ଆଶା ନେଇ ସେ ଓଡିଶା ଆସିଥିଲେ।