
ରାଜ୍ୟର ଅନେକାଂଶରେ ବିଜୁଳି ଓ ଘଡ଼ଘଡ଼ି ସହିତ ପ୍ରବଳ ବର୍ଷାର ସମ୍ଭାବନା: ୟେଲୋ ୱାର୍ଣ୍ଣିଂ ଜାରି
ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀର କରାଳ ରୂପ ଦେଖିବାକୁ ମିଳିବ । ରାଜ୍ୟର ଅନେକାଂଶରେ ବିଜୁଳି ଓ ଘଡ଼ଘଡ଼ି ସହିତ ପ୍ରବଳ ବର୍ଷ ସହିତ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ରାୟଗଡ଼ା, ଗଜପତି, ମୟୁରଭଞ୍ଜ ଓ କୋରାପୁଟ ଆଦି ଜିଲ୍ଲାରେ ମାଧ୍ୟମ ଧରଣର ବର୍ଷା ସହିତ ଘଡଘଡି ଓ ବିଜୁଳି ହେବାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ସମୟରେ ପବନର ବେଗ ୩୦ ରୁ ୪୦ କିମି ରହିବାର ଅନୁମାନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ଏହିପରି ଏପ୍ରିଲ ୧୨ ତାରିଖରେ ରାଜ୍ୟର ୧୦ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ପାଇଁ ସତର୍କ ସୂଚନା ଦିଆଯାଇଛି । ଭଦ୍ରକ, ମୟୁରଭଞ୍ଜ, ଯାଜପୁର, ସୁନ୍ଦରଗଡ଼, ପୁରୀ ଓ କଟକ ସହିତ ସମୁଦାୟ ୧୦ଟି ଜିଲ୍ଲାକୁ ଆସନ୍ତା କାଲି ପାଇଁ ୟେଲୋ ୱାର୍ଣ୍ଣିଂ । ଆସନ୍ତା ୪-୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି ।ତେବେ ସମଗ୍ର ରାଜ୍ୟରେ ତାପମାତ୍ରାରେ ବିଶେଷ ପରିବର୍ତନ ହେବ ନାହିଁ । ରାଜ୍ୟରେ ବହୁ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀରୁ ରହୁଥିବା ବେଳେ କାଳବୈଶାଖୀ ବର୍ଷା ଯୋଗୁଁ କେତେକାଂଶରେ ତାତିରୁ ତ୍ରାହି ମିଳିପାରେ ।