ସୁବର୍ଣ୍ଣପୁର ଡୁଙ୍ଗୁରିପାଲି ଫାଟକରେ ଟ୍ରେନ ଧକ୍କାରେ ଯୁବକଙ୍କ ମୃତ୍ୟୁ

ସୁବର୍ଣ୍ଣପୁର : ଟ୍ରେନ ଧକ୍କାରେ ଯୁବକଙ୍କ ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା ଘଟିଛି  ସୁବର୍ଣ୍ଣପୁର ଡୁଙ୍ଗୁରିପାଲି ଫାଟକରେ ।  ଆଜି ସକାଳୁ ମର୍ଣ୍ଣିଙ୍ଗ ୱାକରେ ଗଲାବେଳେ ଡୁଙ୍ଗୁରିପାଲି  ସ୍ଥିତ ଲେବଲ୍ କ୍ରସିଂ ପାରି ହେଲା ବେଳେ ଧକ୍କା ଦେଲା ଟ୍ରେନ୍ । ମୃତ ବ୍ୟକ୍ତି ଜଣକ ହେଲେ ବଲାଙ୍ଗିରର ପୁର୍ବତନ ସାଂସଦ ବାଲଗୋପାଳ ମିଶ୍ରଙ୍କ ସାନ ପୁଅ ଅବିନାଶ ମିଶ୍ର ବୋଲି ଜଣାପଡିଛି। ଡୁଙ୍ଗୁରିପାଲି – ରାମପୁର ରୋଡ଼ ରେଳ ଫାଟକ ଠାରେ ଆଜି ଭୋର ୫ ଟାରେ ପୁରୀ – ଦୁର୍ଗ ଇଣ୍ଟରସିଟି ଏକ୍ସପ୍ରେସ ଟ୍ରେନ ଧକ୍କା ରେ ଅବିନାଶଙ୍କ ମୃତ୍ୟୁ ହୋଇଛି  ।

Related Articles

Back to top button