
ମହାନଦୀକୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ
ମହାନଦୀକୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ। ସମ୍ବଲପୁର ଚାଉଁରପୁର ବ୍ରିଜ ଉପରୁ ଡେଇଁ ଜଣେ ଯୁବତୀ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ତାଙ୍କ ପରିଚୟ ମିଳିନଥିବା ବେଳେ ବ୍ରିଜ ଉପରେ ସେ ଛାଡିଯାଇଥିବା ସ୍କୁଟି ଓ ଚପଲକୁ ନେଇ ଛାନଭିନ୍ କରୁଛି ପୋଲିସ ଏବଂ ଅଗ୍ନିଶମ ବାହିନୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଜାରି ରଖିଛନ୍ତି ।
ଖବର ଅନୁଯାୟୀ, ସମ୍ବଲପୁର ଚାଉଁରପୁର ବ୍ରିଜ ଉପରୁ ଡେଇଁ ଜଣେ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ। ଆଜି ପ୍ରାୟ ୧୧.୩୦ ମିନିଟରେ ଚାଉଁରପୁର ବ୍ରିଜ୍ ଉପରେ ଜଣେ ଯୁବତୀ ହଠାତ୍ ସ୍କୁଟି ରଖି ମହାନଦୀକୁ ଡେଇଁ ପଡିଛନ୍ତି । କାହିଁକି ନଦୀକୁ ଡେଇଁଛନ୍ତି ସେନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ । ତେବେ ନଦୀକୁ ଡେଇଁବା ଖବର ପାଇ ଅଗ୍ନିଶମ ବାହିନୀ ଓ ପୋଲିସକୁ ତୁରନ୍ତ ଖବର ଦେଇଥିଲେ ସ୍ଥାନୀୟଲୋକେ। ଏହାପରେ ଆରମ୍ଭ ହୋଇଥିଲା ସର୍ଚ୍ଚ ଅପରେସନ ହେଲେ ଏବେ ଯାଏଁ ଯୁବତୀଙ୍କର କୌଣସି ପତ୍ତା ମିଳିନାହିଁ ।