‘ସୁଭଦ୍ରା’ ଆବେଦନ ପାଇଁ ୪ଟି ମୋଡ୍‌ରେ ହେଉଛି ଆଧାର ଅଥେଣ୍ଟିକେସନ’

ସୁଭଦ୍ରା’ ଆବେଦନ ପାଇଁ ଜନସେବା କେନ୍ଦ୍ରରେ ଭିଡ଼ ପ୍ରସଙ୍ଗ । ଜନସେବା କେନ୍ଦ୍ର ଓଡ଼ିଶା ମୁଖ୍ୟ ମଦନ ମୋହନ ରାଉତଙ୍କ ସୂଚନା । ‘ସୁଭଦ୍ରା’ ଆବେଦନ ପାଇଁ ୪ଟି ମୋଡ୍‌ରେ ହେଉଛି ଆଧାର ଅଥେଣ୍ଟିକେସନ’ । ମୋବାଇଲ, ବାୟୋମେଟ୍ରିକ, ଫେସ୍‌, ଆଇରିସ ଜରିଆରେ ଅଥେଣ୍ଟିକେସନ’ କୌଣସିଟିରେ ବି ଅଥେଣ୍ଟିକେସନ ହେଲେ ଆଧାର ଅପଡେଟ୍‌ ଜରୁରୀ ନାହିଁ । ଜନସେବା କେନ୍ଦ୍ର ଆଧାର ଅପଡେଟ୍‌ ପାଇଁ ଅଧିକ ଟଙ୍କା ମାଗୁଥିଲେ ଜଣାନ୍ତୁ। ନିର୍ଦ୍ଧାରିତ ଠାରୁ ଅଧିକ ଟଙ୍କା ମାଗୁଥିଲେ ୧୪୬୭୮ ନମ୍ବରରେ ଜଣାନ୍ତୁ ।

୨୦୨୪ ଜୁଲାଇ ୧ ତାରିଖ ସୁଦ୍ଧା ୨୧ ବର୍ଷରୁ କମ ଏବଂ ୬୦ ବର୍ଷରୁ ଅଧିକ ବୟସର ମହିଳା ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଅଯୋଗ୍ୟ ବିବେଚରିତ ହେବେ।କୌଣସି ମହିଳା ନିଜେ କିମ୍ବା ତାଙ୍କ ପରିବାରରେ କେହି ସଦସ୍ୟ ବର୍ତ୍ତମାନ ଓ ପୂର୍ବତନ ସାଂସଦ କି ବିଧାୟକ ହୋଇଥିବେ ଏହି ଯୋଜନାରେ ସାମିଲ ହୋଇପାରିବେ ନାହିଁ । ମହିଳା ଯଦି ଆୟକର ଦେଉଥିବେ ତେବେ ସେ ଯୋଜନାରେ ସାମିଲ ହୋଇପାରିବେ ନାହିଁ । ପୌରାଞ୍ଚଳ ଓ ପଞ୍ଚାୟତର ନିର୍ବାଚିତ ପ୍ରତିନିଧି (କେବଳ ଓ୍ବାର୍ଡ ମେମ୍ବର ଓ ସ୍ଥାନୀୟ ଜିଲ୍ଲା ପରିଷଦ ସଦସ୍ୟ ବ୍ୟତୀତ), ସରକାରୀ କର୍ମଚାରୀ, ଚୁକ୍ତିଭିତ୍ତିକ କର୍ମଚାରୀ ସୁଭଦ୍ରା ସହାୟତା ପାଇବେ ନାହିଁ। ସରକାରଙ୍କ ଦ୍ଵାରା ମନୋନୀତ ପ୍ରତିନିଧି, ୫ ଏକରରୁ ଅଧିକ ଜଳସେଚିତ ଜମି ଥିଲେ ଏବଂ ୧୦ ଏକରରୁ ଅଧିକ ଅଣ ଜଳସେଚିତ ଜମି ଥିଲେ ସହାୟତା ମିଳିବ ନାହିଁ । ଟ୍ରାକ୍ଟର, ମିନିଟ୍ରକ, ଛୋଟ ବାଣିଜ୍ୟିକ ଯାନ ଓ ଚାରି ଚକିଆ ଯାନ ଥିବା ମହିଳା ଏହି ଯୋଜନାରେ ସାମିଲ ହୋଇପାରିବେ ନାହିଁ ।ଫର୍ମ ପୂରଣ କରି ଅଫଲାଇନରେ କିମ୍ବା ସୁଭଦ୍ରା ପୋର୍ଟାଲ ମାଧ୍ୟମରେ ଅନଲାଇନରେ ଆବେଦନ କରିପାରିବେ । ଅଙ୍ଗନଓ୍ବାଡି କେନ୍ଦ୍ର, ବ୍ଲକ, ମୋ ସେବା କେନ୍ଦ୍ର, ସାଧାରଣ ସେବାକେନ୍ଦ୍ରଗୁଡିକରେ ମାଗଣାରେ ଫର୍ମ ମିଳିବ । ଫର୍ମ ପୂରଣ କରିବା ପରେ ଆବେଦନକାରୀଙ୍କୁ ମୋ ସେବାକେନ୍ଦ୍ର ଓ ସାଧାରଣ ସେବାକେନ୍ଦ୍ରରେ ଦାଖଲ କରିବାକୁ ପଡିବ । ଆବେଦନକାରୀଙ୍କ ଫର୍ମ ଓ ଆଧାରରେ କୌଣସି ଅସଙ୍ଗତି ଥିଲେ ଆଧାର କାର୍ଡ ସୂଚନାକୁ ଚୂଡ଼ାନ୍ତ ଧରାଯିବ । ଏହାକୁ ସରକାରଙ୍କ ପାଖରେ ସଦ୍ୟତମ ଉପଲବ୍ଧ ଡାଟାବେସ୍ ସହିତ ଯାଞ୍ଚ କରାଯିବ । ହିତାଧିକାରୀଙ୍କୁ e-KYC କରାଯିବ । ଫେସ୍ ଅଥେଣ୍ଟିକେସନ ମାଧ୍ୟମରେ ସୁଭଦ୍ରା ପୋର୍ଟାଲ କିମ୍ବା ସୁଭଦ୍ରା ମୋବାଇଲ ଆପ୍ ମାଧ୍ୟମରେ ଏହି e-KYC କରାଯିବ ।

Related Articles

Back to top button