ପ୍ରଶାସନର ନିର୍ଦ୍ଦେଶ ନ ମାନି ବେଆଇନ ଭାବେ ଚଳାଇଥିଲେ ନିଶା ନିବାରଣ କେନ୍ଦ୍ର, ମାଲିକ ଗିରଫ

ବାରିପଦା: ବାରିପଦା ସ୍ଥିତ ପ୍ରତିଜ୍ଞା ନିଶା ନିବାରଣ କେନ୍ଦ୍ରର ମାଲିକ ଅବନୀ ପତି ଗିରଫ । ଶନିବାର ବିଳମ୍ବିତ ରାତିରେ ଗିରଫ କଲା ଟାଉନ ଥାନା ପୋଲିସ।

ସୂଚନାନୁସାରେ, କିଛିଦିନ ତଳେ ଏକ ଭିଡିଓ ଭାଇରାଲ ହୋଇଥିଲା । ଯାହା ପରେ ବେଆଇନ ନିଶା ନିବାରଣ କେନ୍ଦ୍ରକୁ ବନ୍ଦ କରିବା ପାଇଁ ପ୍ରଶାସନ ନିର୍ଦ୍ଦେଶ ଦେଇଥିଲା ।  ସମସ୍ତ ଅନ୍ତେବାସୀଙ୍କୁ ସେମାନଙ୍କ ଘରଲୋକଙ୍କୁ ହସ୍ତାନ୍ତର କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆ ଯାଇଥିଲା। କିନ୍ତୁ ଅବନୀ ପ୍ରଶାସନିକ ନିର୍ଦ୍ଦେଶନାମାକୁ ବେଖାତିର କରି ପୁଣି ବେଆଇନ ଭାବେ କେନ୍ଦ୍ର ଚଳାଇଥିଲା । ଯାହାର ଅଭିଯୋଗ ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ତାକୁ ପୋଲିସ ଗିରଫ କରି କେଶ ନମ୍ବର ୭୫୦/ ୨୦୨୨ରେ ମାମଲା ରୁଜ୍ଜୁ କରିଛି।

ସୋମବାର ତାକୁ କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି। ତେବେ ରବିବାର ଦିନ ଅବନୀ ପତି ଏକ ସମ୍ବାଦିକ ସମ୍ମିଳନୀ ଡାକି ଘଟଣାରେ ସଫେଇ ଦେବାକୁ ଯୋଜନା କରିଥିଲା । ହେଲେ ତା ଆଗରୁ ପୋଲିସ ତାଙ୍କୁ ଗିରଫ କରିଛି।

Related Articles

Back to top button