ଅଲ୍ କଏଦା ନେଟୱର୍କ ପାଇଁ କାମ କରୁଥିବା ଅଭିଯୋଗରେ ଅବଦୁର୍‌ ରହେମାନକୁ ୭ ବର୍ଷ ୫ ମାସ ଜେଲ୍ କାରାଦଣ୍ଡ

ଭୁବନେଶ୍ୱର : ଅଲ୍ କଏଦା ନେଟୱର୍କ ପାଇଁ କାମ କରୁଥିବା ଅଭିଯୋଗରେ ଗିରଫ ହୋଇଥିବା ଅବଦୁର୍‌ ରହେମାନକୁ ଆଜି ଦଣ୍ଡାଦେଶ ଶୁଣାଯାଇଛି । ୭ ବର୍ଷ ୫ ମାସ ଜେଲ୍ କାରାଦଣ୍ଡ ସହ ୨୫ ହଜାର ଟଙ୍କା ଜୋରିମାନ ଧାର୍ଯ୍ୟ କରାଯାଇଛି । ଏହା ସହିତ ରହେମାନ ର ଆଉ ତିନି ଜଣ ସାଥୀ ମହମ୍ମଦ ଆସିଫ, ଜାଫର ମାସୁଦ ଏବଂ ଅବଦୁଲ ସାମିଙ୍କୁ ସମାନ ଦଣ୍ଡ ମିଳିଛି । ପ୍ରମାଣ ଅଭାବରୁ ଅନ୍ୟ ଦୁଇ ଜଣଙ୍କୁ ଖସି ଯାଇଛନ୍ତିି । ୧୦ ହଜାର ଟଙ୍କା ଲେଖାଏଁ ପର୍ସନାଲ ବଣ୍ଡରେ ଖଲାସ କରିଛି କୋର୍ଟ ।

ସୂଚନାଯୋଗ୍ୟ, ଓଡିଶାର କଟକ ଟାଙ୍ଗୀ ଅଞ୍ଚଳରେ ଏକ ମାଦ୍ରାସା ଖୋଲି ସେ ପିଲାମାନଙ୍କୁ ତାଲିମ ଦେଉଥିଲା । ଦିଲ୍ଲୀର ସ୍ୱତନ୍ତ୍ର ପୁଲିସ ଦଳ କମିଶନରେଟ୍ ପୁଲିସ ସହାୟତାରେ ଜଗତପୁର ଥାନା ଅଞ୍ଚଳରୁ ତାକୁ ଉଠାଇ ନେଇଥିଲା । ୨୦୧୫ ମସିହାରେ ରହେମାନକୁ ଗିରଫ କରାଯାଇଥିଲା । ରହେମାନକୁ ଦିଲ୍ଲୀ ପୋଲିସ ସହ ଆନ୍ଧ୍ରପ୍ରଦେଶ, ଉତ୍ତର ପ୍ରଦେଶ, ମହାରାଷ୍ଟ୍ର ସମେତ ଅନ୍ୟାନ୍ୟ ରାଜ୍ୟର ପୋଲିସମାନେ ମଧ୍ୟ ଜେରା କରିଥିଲେ । ଓଡିଶା ଲିଙ୍କ ପାଇଁ କ୍ରାଇମବ୍ରାଞ୍ଚ ତାକୁ ଦୁଇଟି ପର୍ଯ୍ୟାୟରେ ୧୭ ଥର ରିମାଣ୍ଡରେ ନେଇଥିଲା ।

Related Articles

Back to top button