ନୟାଗଡ଼ ଜିଲ୍ଲାରେ ଜଣେ ମାନସିକ ବିକୃତ ମହିଳାଙ୍କୁ ଦୁଷ୍କର୍ମ

ଗତକାଲି ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅଞ୍ଚଳର ଜଣେ ମାନସିକ ବିକୃତ ମହିଳାଙ୍କୁ ଜଣେ ଗାଡ଼ି ଚାଳକଙ୍କ ଦୁଷ୍କର୍ମ କରିଛି। ପୀଡ଼ିତାଙ୍କ ଅବସ୍ଥା ଗୁରୁତର ଥିବାବେଳେ ତାଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି ସ୍ଥାନୀୟ ଲୋକ। ଘଟଣାସ୍ଥଳରେ ଇଟାମାଟି ଥାନା ମୁଖ୍ୟ ଚିକିତ୍ସାଳୟରେ ପୋଲିସ ପହଁଚି ଏହି ଘଟଣାର ଅନୁଧ୍ୟାନ କରି ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତଟି ସବୁବେଳେ ମଦ୍ୟପାନ କରିବା ସହ ନିଶାରେ ଚୁର ରହିଥାଏ ତେଣୁ ଏହା ଯୋଗୁ ସେ ଏହିପରି କାଣ୍ଡ ଭିଆଇଥିବା କଥା ପୋଲିସ ସନ୍ଦେହ କରୁଛି।

ସୂଚନା ଅନୁଯାୟୀ, ଗତକାଲି ରାତିରେ ମାନସିକ ବିକାରଗ୍ରସ୍ତ ମହିଳା ପିଣ୍ଡାରେ ଶୋଇଥିବାର ଦେଖି ସେହି ଗାଁର ଜଣେ ନିଶାଗ୍ରସ୍ତ ଯୁବକ ତାଙ୍କୁ ଦୁଷ୍କର୍ମ କରିବା ସହ ଛୁରି ମାରିଥିବା ଅଭିଯୋଗ ହୋଇଛିl ପୀଡ଼ିତା ଜଣଙ୍କ ରକ୍ତ ଜୁଡୁବୁଡୁ ଅବସ୍ଥାରେ ରାସ୍ତାରେ ପଡିଥିବା ଦେଖି ଉକ୍ତ ମହିଳାଙ୍କ ସ୍ଥାନୀୟ ଲୋକେ ତାଙ୍କୁ ନୟାଗଡ ମେଡିକାଲରେ ଭର୍ତ୍ତି କରିଥିଲେ। ଅନ୍ୟପଟେ ଖବର ପାଇ ଇଟାମାଟି ପୋଲିସ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଛି। ସ୍ଥାନୀୟ ଲୋକେ ଘଟଣା ସମ୍ପର୍କରେ ମହିଳାଙ୍କୁ ପଚାରିବାରୁ ସେହି ଅଞ୍ଚଳର ଜଣେ ଗାଡ଼ି ଚାଳକ ‘ପାଣ୍ଡା’ ଏଭଳି କରିଥିବା ପୀଡ଼ିତା ମହିଳା କହିଛନ୍ତି। ସେ ସବୁବେଳେ ମଦ୍ୟପାନ କରିବା ସହ ବ୍ରାଉନ ସୁଗାର ଭଳି ନିଶାରେ ବୁଡ଼ି ରହେ ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି। ଇଟାମାଟି ଥାନା ପୋଲିସ ଘଟଣାର ଅଧିକ ତଦନ୍ତ କରୁଛି।

Related Articles

Back to top button