ପୁରୀ ଜଗନ୍ନାଥ ମନ୍ଦିରରେ ଖୁବ ଶୀଘ୍ର ତିଆରି ହେବାକୁ ଯାଉଛି ଏସି ଟନେଲ

ପୁରୀ ଜଗନ୍ନାଥ ମନ୍ଦିରରେ ଖୁବ ଶୀଘ୍ର ତିଆରି ହେବାକୁ ଯାଉଛି ଏସି ଟନେଲ । ଯେପରି କି ଭକ୍ତ ମାନେ ସୁରୁଖୁରୁରେ ପ୍ରଭୁଙ୍କର ଦର୍ଶନ କରିପାରନ୍ତୁ ତାହାକୁ ଆଖିରେ ରଖି ଏହି ବ୍ୟବସ୍ଥା କରାଯାଇଛି । ଏହି ଟନେଲ ମଧ୍ୟ ଦେଇ ଭକ୍ତମାନେ ସିଧାସଳଖ ସିଂହଦ୍ୱାର ପର୍ଯ୍ୟନ୍ତ ପହଞ୍ଚିପାରିବେ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପୂର୍ବରୁ ଏହି କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ଏହାସହ ପାର୍କିଂ ବ୍ୟବସ୍ଥା ଏବଂ ଉଠା ଦୋକାନୀ ମାନଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

ଭକ୍ତଙ୍କୁ ଯେଉଁପରି କୌଣସି ଅସୁବିଧାର ସମ୍ମୁଖୀନ ନ ହେବାକୁ ପଡେ ସେଥିପାଇଁ ଜେଲରୋଡ୍ ମଲ୍ଟି ଲେବଲ୍ କାର ପାର୍କିଂ ବ୍ୟବସ୍ଥା ମଧ୍ୟ କରାଯାଇଛି । ଡିସେମ୍ବର ୫ ତାରିଖ ସୁଦ୍ଧା ମରିଚିକୋଟ ଛକରୁ ସିଂହଦ୍ୱାର ପର୍ଯ୍ୟନ୍ତ ଉଠା ଦୋକାନୀଙ୍କୁ ହଟାଇ ତାଙ୍କୁ ଆର୍ଥିକ ସହାୟତା ଦେବାକୁ ଯୋଜନା ହୋଇଛି । ଏହାସହ ସେମାନଙ୍କୁ ଶ୍ରୀସେତୁ ନିକଟରେ ରଖା ଯିବ ।

Related Articles

Back to top button