
କୁଲୁକୁତା ଘାଟିରେ ଦୁର୍ଘଟଣା, ଭ୍ୟାନ୍ ଓଲଟି ୨୦ ଜଣ ଆହତ
ଭୁବନେଶ୍ୱର : ବଣାଇ ଥାନା ଅନ୍ତର୍ଗତ କୁଲୁକୁତା ଘାଟିରେ ଭ୍ୟାନ୍ ଓଲଟି ପଡିଛି । ଏଥିରେ ୨୦ ଜଣ ଆହତ ହୋଇଥିବା ସୂଚନା ମିଳିଛି । ଏହି ଦୁର୍ଘଟଣାରେ କେହି ପ୍ରାଣ ହରାଥିବା ସୂଚନା ମିଳିନାହିଁ ।
ମିଳିଥିବା ସୂଚନା ଅନୁସାରେ, ଭ୍ୟାନ୍ ଟି ସମ୍ବଲପୁରରୁ ବଣାଇ ଇନ୍ଦ୍ରପୁର ଆସୁଥିଲା । ଏକ ବିବାହ ଉତ୍ସବରେ ବଜା ବଜାଇବାକୁ ଯାଉଥିବା ବେଳେ ବେଳେ ବଣାଇ ଥାନା ଅନ୍ତର୍ଗତ କୁଲୁକୁତା ଘାଟି ନିକଟରେ ଭ୍ୟାନ୍ ଓଲଟି ପଡିଥିଲା । ଏଥିରେ ଥିବା ମୋଟ୍ ୨୦ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସେଠାରେ ସମସ୍ତ ଆହତଙ୍କ ପ୍ରାଥମିକ ଚିକିତ୍ସା କରାଯାଇଛି । ଖବର ଲେଖା ହେଲା ବେଳକୁ ଏହି ଦୁର୍ଘଟଣାେରେ କାହାର ମୃତ୍ୟୁ ଘଟିନଥିଲା ।