ରସୁଲଗଡ଼ ବ୍ରିଜ ଉପରେ ଦୁର୍ଘଟଣା: ବାଇକ୍‌କୁ ପିଟିଲା କାର୍‌, ପୋଲ ତଳକୁ ଛିଟ୍‌କି ପଡ଼ିଲେ ସ୍ୱାମୀ-ସ୍ତ୍ରୀ

ଭୁବନେଶ୍ୱର: ଭୁବନେଶ୍ୱର ରସୁଲଗଡ଼ ବ୍ରିଜ ଉପରେ ଫିଲ୍ମ ଷ୍ଟାଇଲରେ ଦୁର୍ଘଟଣା ଘିଟିଛି । ବାଇକ୍‌କୁ ଦ୍ରୁତ ଗତିରେ ଏକ କାର୍‌ ପିଟିଥିବା ଜଣାପଡ଼ିଛି, ପୋଲ ଉପରୁ ସ୍ୱାମୀ-ସ୍ତ୍ରୀ ତଳକୁ ଛିଟିକି ପଡିଛନ୍ତି।  ଭୁବନେଶ୍ୱରରୁ କଟକ ଆଡକୁ ଯାଉଥିବା ବେଳେ ରସୁଲଗଡ଼ ବ୍ରିଜ ଉପରେ ବାଇକ୍‌ରେ ଯାଉଥିବା ଦମ୍ପତିଙ୍କୁ ପଛଆଡୁ ଏହି କାର୍‌ଟି ପିଟିଥିଲା । ତେବେ ଘଟଣାସ୍ଥଳରେ ପୋଲିସ୍‌ ପହଞ୍ଚି ତଳକୁ ଛିଟିକି ପଡିଥିବା ସ୍ୱାମୀ-ସ୍ତ୍ରୀଙ୍କୁ ଉଦ୍ଧାର କରିଛି । ଅନ୍ୟପଟେ ଘଟଣା ସ୍ଥଳରେ ଟ୍ରାଫିକ ଜାମ୍‌ ହଟେଇବା ସହ ଡ୍ରାଇଭରକୁ ଅଟକ ରଖିଛି ପୋଲିସ ।

Related Articles

Back to top button