ନିର୍ବାଚନ ସମୟରେ କୌଣସି ରାଜନୈତିକ ଦଳ ନାମରେ ମିଥ୍ୟା ଅଭିଯୋଗ ପଡ଼ିବ ମହଙ୍ଗା

ନିର୍ବାଚନ ଆସିଲେ ଗୋଟିଏ ରାଜନୈତିକ ଦଳ ଅନ୍ୟ ରାଜନୈତିକ ଦଳ ଅବା ପ୍ରାର୍ଥୀଙ୍କ ବିରୋଧରେ ଅଭିଯୋଗ କରିବା ଏକ ସାଧାରଣ କଥା। କିନ୍ତୁ ଏଣିକି କୌଣସି କାରଣରୁ ମିଥ୍ୟା ଅବା କପୋଳକଳ୍ପିତ ଅଭିଯୋଗ ଆଣିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ। ଭାରତୀୟ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର କହିଛନ୍ତି, ଯଦି କେହି କୌଣସି ରାଜନୈତିକ ଦଳ କିମ୍ବା ପ୍ରାର୍ଥୀ, କର୍ମୀଙ୍କ ବିରୋଧରେ ଅଭିଯୋଗ ଆଣୁଛନ୍ତି ତାହା ଆମେ ଗ୍ରହଣ କରି ପ୍ରତିପକ୍ଷଙ୍କୁ ଜବାବ୍‌‌ ତଲବ କରୁଛୁ। ସେଥିରେ ସତ୍ୟତା ଥିଲେ କାର୍ଯ୍ୟାନୁଷ୍ଠାନ ହେଉଛି। କିନ୍ତୁ ଯଦି କେହି ନିଜର ବ୍ୟକ୍ତିଗତ ଅବା ରାଜନୈତିକ ସ୍ୱାର୍ଥ ପାଇଁ କାହା ବିରୋଧରେ ମିଥ୍ୟା, ଭିତ୍ତିହୀନ ଅଭିଯୋଗ କରୁଛନ୍ତି, ତା’ହେଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ।

Related Articles

Back to top button