ଅଭିନେତା ପିଣ୍ଟୁ ନନ୍ଦ ଅସୁସ୍ଥ, ଲିଭର୍ ସିରିଓସିସ ରୋଗରେ ପୀଡିତ

ଭୁବନେଶ୍ୱର : ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣାଶୁଣା ଅଭିନେତା ପିଣ୍ଟୁ ନନ୍ଦ ଅସୁସ୍ଥ ଅଛନ୍ତି । ଲିଭର୍ ସିରିଓସିସ ରୋଗରେ ପୀଡିତ ଥିବା ସୂଚନା । ଅତ୍ୟାଧୁନିକ ପ୍ରଣାଳୀରେ ଚିକିତ୍ସା ହେବା ନେଇ ସୂଚନା ରହିଛି  ।

ସୂଚନା ମୁତାବକ୍‌, ଅଭିନେତା ପିଣ୍ଟୁ ନନ୍ଦ କିଛି ଦିନ ତଳେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ଚିକିତ୍ସା ହେଉଥିବା ବେଳେ ଗତକାଲି ତାଙ୍କୁ ଡିସଚାର୍ଜ କରାଯାଇଛି। ତାଙ୍କର ଚିକିତ୍ସା କରୁଥିବା ଡାକ୍ତର ଦିଲ୍ଲୀ ନେଇ ଅତ୍ୟାଧୁନିକ ପ୍ରଣାଳୀରେ ଟ୍ରିଟମେଣ୍ଟ କରିବାକୁ ପରାମର୍ଶ ଦେଇଥିବା ଜଣାପଡ଼ିଛି । ତେବେ ଏହି ଅତ୍ୟାଧୁନିକ ପ୍ରଣାଳୀରେ ପ୍ରାୟ ୫୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ସୂଚନା ମିଳିଛି ।

ଓଲିଉଡର ଲୋକପ୍ରିୟ ଅଭିନେତା ପିଣ୍ଟୁ ନନ୍ଦ ବହୁ ବର୍ଷ ହେବ ଓଡିଆ ସିନେମା ଜଗତରେ ସକ୍ରିୟ ରହିଥିଲେ । ଅଭିନେତା ପିଣ୍ଟୁ ନନ୍ଦଙ୍କୁ କେତେ ବେଳେ ଖଳନାୟକ ତ କେତେ ବେଳେ ସହନାୟକ ପୁଣି କେତେବେଳେ କମେଡିଆନ୍‌ ଚରିତ୍ରରେ ନିପୁଣ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତିଛନ୍ତି  । ସେ ଅନେକ ସିନେମାରେ ଅଭିନୟ କରି ଲୋକପ୍ରିୟତା ଅର୍ଜନ କରିଥିବା ବେଳେ  ତାଙ୍କ ଅଭିନୀତ ଆଲବମ୍ ଏ ଗଉରା… ତାଙ୍କୁ ପ୍ରାରମ୍ଭିକ ସମୟରେ ସର୍ବାଧିକ ଲୋକପ୍ରିୟ କରିଥିଲା। ବର୍ତ୍ତମାନ ତାଙ୍କ ଅସୁସ୍ଥତା ଖବର ପ୍ରଶଂସକଙ୍କ ମନରେ ଗଭୀର ଦୁଃଖ ଦେଇଛି  ।

Related Articles

Back to top button