ସରିଲା ଆଡପ ମଣ୍ଡପରେ ଦର୍ଶନ

ପୁରୀ: ବାହୁଡିବେ ଜଗା ବଳିଆ । ଉଭଣୀକୁ ସାଙ୍ଗରେ ନେଇ ଫେରିବେ । ଆସନ୍ତାକାଲି ବାହୁଡାଯାତ୍ରା ପାଇଁ ପ୍ରସ୍ତୁତି ଶେଷ ହୋଇଯାଇଛି । ଆଜି ସଂଧ୍ୟା ଦର୍ଶନ କରିଛନ୍ତି ଶ୍ରଦ୍ଧାଳୁ । ତେବେ ୫ଟାରୁ ଦର୍ଶନ ବନ୍ଦ ରହିଥିବାରୁ ଭକ୍ତ ଅସନ୍ତୋଷ ପ୍ରକାଶ କରିଥିଲେ । ଅନ୍ୟପଟେ ସପରିବାର ସହ ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ଗଜପତି ।

ବାହୁଡିବେ ଜଗା ବଳିଆ । ଉଭଣୀକୁ ସାଙ୍ଗରେ ନେଇ ଫେରିବେ । ଆସନ୍ତାକାଲି ବାହୁଡାଯାତ୍ରା ପାଇଁ ପ୍ରସ୍ତୁତି ଶେଷ ହୋଇଯାଇଛି । ଆଜି ସଂଧ୍ୟା ଦର୍ଶନ କରିଛନ୍ତି ଶ୍ରଦ୍ଧାଳୁ । ତେବେ ୫ଟାରୁ ଦର୍ଶନ ବନ୍ଦ ରହିଥିବାରୁ ବାହୁଡାଯାତ୍ରାର ଶେଷପର୍ବ ଆଡପମଣ୍ଡପରେ ସଂଧ୍ୟା ଦର୍ଶନ ଦେଇଛନ୍ତି ଶ୍ରୀଜିଉ । ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଜନ୍ମବେଦୀରେ ମହାପ୍ରଭୁଙ୍କୁ ସଂଧ୍ୟା ଦର୍ଶନ କରିଛନ୍ତି ଶ୍ରଦ୍ଧାଳୁ । ଗୁଣ୍ଡିଚା ମନ୍ଦିରରେ ଶୃଙ୍ଖଳିତ ଦର୍ଶନ କରିବାକୁ ପ୍ରଶାସନ ପକ୍ଷରୁ ସବୁପ୍ରକାରର ବ୍ୟବସ୍ଥା କରାଯାଇଥିଲା । ପୁରୀ ଗଜପତି ବି ଆଜି ପରିବାର ସହ ପ୍ରଥମ ଥର ଲାଗି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ଏବେ ରାତି ୧୨ଟା ଯାଏଁ ଆଡପ ଅବଢା ମିଳିବ । ଭକ୍ତମାନେ ନାକଚଣା ଦ୍ୱାର ଦେଇ ଆନନ୍ଦବଜାରରୁ ଆଡପ ଅବଢା ଆଣିପାରିବେ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଦର୍ଶନବନ୍ଦ ପରେ ମହାପ୍ରଭୁଙ୍କ ସନ୍ଧ୍ୟା ଧୂପ ଓ ଆଳତୀ ହେବ । ତାପରେ ବଡ ସିଂହାର ଭୋଗ ପରେ ପହୁଡ ଆଳତୀ କରାଯିବ ।

କାଲି ରଥଯାତ୍ରା ପାଇଁ ୧୮୦ ପ୍ଲାଟୁନ ପୁଲିସ ଫୋର୍ସ ସହ ହଜାରେ ପୁଲିସ ଅଧିକାରୀ ମୁତୟନ ରହିବେ । ନବଦିନାତ୍ମକ ଯାତ୍ରା ଶେଷ କରି ଫେରୁଥିବାରୁ ବାହୁଡା ଯାତ୍ରା ଦେଖିବାକୁ ପୁରୀରେ ଭକ୍ତଙ୍କ ଗହଳି ବଢୁଛି । ବୁଧବାରର ବାହୁଡା ଯାତ୍ରା ପରେ ଗୁରୁବାର ସୁନାବେଶରେ ଦର୍ଶନ ଦେବେ ମହାପ୍ରଭୁ ।

Related Articles

Back to top button