
ରାଜ୍ୟର ସମସ୍ତ ଜିଲ୍ଲାରେ ଖୋଲାଯିବ ARC
ଭୁବନେଶ୍ବର: ରାଜ୍ୟର ସମସ୍ତ ଜିଲ୍ଲାରେ Advanced Rehabilitation Center ବା ARC ଖୋଲାଯିବ । ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଅନୁମୋଦନ କରିବାକୁ ଯାଉଛନ୍ତି ।
ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୯ ଟି ଜିଲ୍ଲାରେ ARC ଖୋଲିବ । ପ୍ରତି ଜିଲ୍ଲାରେ ଖର୍ଚ୍ଚ ହେବ ୨୭ କୋଟିରୁ ୩୦ କୋଟି ଟଙ୍କା । ପର୍ଯ୍ୟାୟକ୍ରମେ ଅବଶିଷ୍ଟ ଜିଲ୍ଲାରେ ARC ଖୋଲିବ । ଏବେ କେବଳ କ୍ୟାପିଟାଲ ହସ୍ପିଟାଲରେ କୃତ୍ରିମ ଅଙ୍ଗ ପ୍ରତିରୋପଣ ବ୍ୟବସ୍ଥା ରହିଛି ।