ଅସହ୍ୟ ଗୁଳୁଗୁଳିରୁ ମିଳିବ ନିସ୍ତାର: ୫ ଦିନ ପରେ କାଳବୈଶାଖୀ ଆଣିବ ବର୍ଷା

ଗୁଳୁଗୁଳିରେ ଛଟପଟ ହେଉଥିବା ରାଜ୍ୟବାସୀଙ୍କୁ ମିଳିବ ଆଶ୍ୱସ୍ତି । ଆସନ୍ତା ମେ ୭ ତାରିଖରୁ ରାଜ୍ୟରେ କମିବ ତାତି । ରାଜ୍ୟରେ ଆସନ୍ତା ୫ ଦିନ ପର‌୍ୟ୍ୟନ୍ତ ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିବ। ତା’ ମଧ୍ୟରୁ ଦୁଇ ଦିନ ଭୀଷଣ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ। ତେବେ ୭ ତାରିଖ ବେଳକୁ ସାରା ରାଜ୍ୟରେ ତାତି ୩ରୁ ୪ ଡିଗ୍ରୀ କମିବ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ମନୋରମା ମହାନ୍ତି କହିଛନ୍ତି। ତେବେ କାଳବୈଶାଖୀ ବର୍ଷା ପ୍ରଭାବରେ ତାତିରେ ହ୍ରାସ ଘଟିବା ସମ୍ଭାବନା ରହିଛି । ଏନେଇ ପ୍ରେସମିଟ୍ କରି ସୂଚନା ଦେଇଛନ୍ତି ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା । ଆସନ୍ତାକାଲି ଯାଏ ସିଭିୟର ହିଟ ୱେଭ ପାଇଁ ରାଜ୍ୟ କିଛି ସ୍ଥାନରେ ରେଡ ଆଲର୍ଟ ଜାରି ହୋଇଛି । ଆଜି ପାଇଁ ୧୧ ଜିଲାକୁ ରେଡ ଆଲର୍ଟ ଜାରି ହୋଇଛି। ସେହିଭଳି ହିଟ୍‌ୱେଭ ନେଇ ୮ ଜିଲାକୁ ଅରେଞ୍ଜ ଏବଂ ୭ ଜିଲାକୁ ୟେଲୋ ୱାର୍ନିଂ ଜାରି ହୋଇଛି ।

ଆଜି ବି କାଲି ପରି ତାତି ଦେଖିବାକୁ ମିଳିଛି । ସାଢେ ୧୧ ସୁଦ୍ଧା ୫ ସହରର ତାପମାତ୍ରା ୪୦ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ପାର କରିଛି। ୪୧.୩ ଡିଗ୍ରୀ ତାପମାତ୍ରା ସହ ଝାରସୁଗୁଡା ସବୁଠୁ ଉତ୍ତପ୍ତ ସହର ପାଲଟିଛି। ଝାରସୁଗୁଡା: ୪୧.୩, ଭୁବନେଶ୍ୱର: ୪୧.୨, ସମ୍ବଲପୁର: ୪୦.୬ , ହୀରାକୁଦ: ୪୦.୪, କେନ୍ଦୁଝର: ୪୦, ରାଉରକେଲା: ୩୯.୬, ବାଲେଶ୍ୱର: ୩୯.୫, ପାରାଦୀପ: ୩୪.୭, ପୁରୀ: ୩୩.୮, ଗୋପାଳପୁର: ୩୨.୪ । ବିଶ୍ୱର ୧୦ ଉତ୍ତପ୍ତ ସହର ଓଡ଼ିଶାର ୩ ସହର ରହିଛି । ଏହି ତାଲିକାରେ ବାରିପଦା ଦ୍ୱିତୀୟ ସ୍ଥାନରେ ଥିବାବେଳେ ବାଲେଶ୍ୱର ତୃତୀୟ ଓ ଭୁବନେଶ୍ୱର ଦଶମ ସ୍ଥାନରେ ରହିଛି ।

Related Articles

Back to top button