
କିଛି ଦିନର ବ୍ୟବଧାନ ପରେ ରାଜ୍ୟରେ କମିଛି ଶୀତ
କିଛି ଦିନର ହାଡ ଭଙ୍ଗା ଜାଡ ପରେ ରାଜ୍ୟରେ କମିଛି ଶୀତ। ୧୦ ଡିଗ୍ରୀ ତଳେ ୩ ସହରର ରାତି ତାପମାତ୍ରା ରେକର୍ଡ କରାଯାଇଛି। ୭ ଡିଗ୍ରୀ ସହ କୋରାପୁଟ ସବୁଠାରୁ ଥଣ୍ଡା ସହର ରେକର୍ଡ କରାଯାଇଛି। ଦାରିଙ୍ଗବାଡି ୮.୫, ସିମିଳିଗୁଡା ୯, ଫୁଲବାଣୀ ୧୦ ଡିଗ୍ରୀ ରେକର୍ଡ କରାଯାଇଛି। କଟକ ୧୬.୫ ଓ ଭୁବନେଶ୍ୱର ୧୬.୯ ଡିଗ୍ରୀ ରେକର୍ଡ କରାଯାଇଛି।