ରାଜଧାନୀ ଉପକଣ୍ଠ କଳିଙ୍ଗ ନଗରରେ ନବବଧୂ ନର୍ସଙ୍କ ଆତ୍ମହତ୍ୟା, ହତ୍ୟା ଅଭିଯୋଗ ଆଣିଲେ ବାପଘର ଲୋକ

ଭୁବନେଶ୍ୱର: ରାଜଧାନୀରେ ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ । ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ । ଭୁବନେଶ୍ବର ତମାଣ୍ଡୋ ଥାନା ଅନ୍ତର୍ଗତ ଭାଗବାନପୁର ଠାରେ ଘଟିଛି ଘଟଣା । ମୃତକ ହେଲେ ସୁଶ୍ରୀ ସଙ୍ଗୀତା ।

ସୁଶ୍ରୀ ଏକ ଘରୋଇ ହସ୍ପିଟାଲରେ ନର୍ସ ଭାବେ କାମ କରୁଥିଲେ । ଦେଢ ବର୍ଷ ତଳେ କଟକର ପ୍ରବୀଣ କୁମାରଙ୍କୁ ବିବାହ କରିଥିଲେ ନିଆଳି ଅଂଚଳର ସୁଶ୍ରୀ ସଙ୍ଗୀତା । ସ୍ୱାମୀଙ୍କ ସହ ଭୁବନେଶ୍ବର କଳିଙ୍ଗ ନଗର ଅଞ୍ଚଳରେ ଭଡାରେ ରହୁଥିଲେ ସୁଶ୍ରୀ । ଗତକାଲି ଦୀପାବଳି ରାତି ୧୦ଟାରେ ଝିଅ ଘରକୁ ଫୋନ ଯୋଗେ ଖବର ଯାଇଥିଲା ତୁମ ଝିଅ ଦେହ ଖରାପ୍ ।

ମୃତକଙ୍କ ବାପ ଘର ଲୋକେ କହିଛନ୍ତି, ଗତକାଲି ଝିଅର ଦେହ ଭଲ ନାହିଁ ବୋଲି ପରିବାର ଲୋକେ ଫୋନ୍ କରିଥିଲେ। ଆଉ ଝିଅକୁ ତାର ଶାଶୂ ଘର ଲୋକେ ଭୁବନେଶ୍ବର ଏମ୍ସକୁ ଆଣିଥିଲେ। ହେଲେ ନିଆଳିରୁ ଯାଇ ହସ୍ପିଟାଲରେ ପହଞ୍ଚିଲା ବେଳକୁ ଝିଅର ମୃତ ଶରୀର। ଝିଅ ପାଖରେ କେବଳ ତାର ଶାଶୂ ଥିଲେ। ଆଉ ଜ୍ବାଇଁ ଏବଂ ଶ୍ବଶୂର ନଥିଲେ। ଏବେ ତାଙ୍କୁ ଯୋଗାଯୋଗ କରିବା ସମ୍ଭବ ହୋଇପାରୁନି। ଝିଅ ଚାକିରି କରିଥିବାର ପଇସା ଦେବାକୁ ଚାପ ରହିଥିଲା ବୋଲି ମୃତକଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଆଉ ଚାପ ସହିନପାରି ଝିଅ ଏପରି ଏକ ବାଟ ଆପଣାଇଛି ବୋଲି ଅଭିଯୋଗ କରିଛନ୍ତି। ଆଉ ମୃତ୍ୟୁର ପ୍ରମାଣ ନଷ୍ଟ କରିବାକୁ ଝିଅର ଶାଶୂ ଘର ଲୋକେ ଭରପୁର ପ୍ରୟାସ କରିଥିବା ଦାବି କରିଛନ୍ତି। ତମାଣ୍ଡୋ ଥାନାରେ ଏ ନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

ମିଳିଥିବା ସୂଚନା ଅନୁସାରେ, ୨୦୨୧ ମସିହା ଜାନୁଆରୀ ୨୦ ତାରିଖରେ ନିଆଳି ବାଆରାଣାର ସୁଶ୍ରୀ ସଙ୍ଗୀତା ବସ୍ତିଆ ନୂଆ ଗାଁ ଗୋବିନ୍ଦପୁରଠାରେ ବାହା ହୋଇଥିଲେ। ପ୍ରବୀଣ ପ୍ରଥମେ ମାଇନ୍ସରେ କାମ କରୁଥିଲେ। ଏବେ ସେ ପାଣି ଫ୍ୟାକ୍ଟ୍ରିରେ କାମ କରୁଥିବା ବେଳେ ଝିଅ ସୁଶ୍ରୀ ସଙ୍ଗୀତା ଭୁବନେଶ୍ୱରର ଏକ ଘରୋଇ ନର୍ସିଂହୋମରେ ନର୍ସ ଭାବେ କାମ କରୁଥିଲେ।

Related Articles

Back to top button