ଇଡି ଜେରା ବେଳେ ସତ ଓଗାଳିଲେ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର : ଇଡି ହାତରେ ଲାଗିଛି ଅର୍ଚ୍ଚନା ନାଗ କଳାସାମ୍ରାଜ୍ୟର ଗୁମର ତଥ୍ୟ । ଜେରାବେଳେ ଅନେକ ଗୁପ୍ତ ତଥ୍ୟ ଇଡିକୁ ଦେଇଛି ଅର୍ଚ୍ଚନାଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳି ବେହେରା । ନାଗ ଦମ୍ପତିଙ୍କ ସହ ମୁହାଁମୁହିଁ ଜେରାବଳେ ସବୁ ସତ ଓଗାଳିଛନ୍ତି ଶ୍ରଦ୍ଧାଞ୍ଜଳି । ଗତକାଲି ଇଡିର ନାଗଦମ୍ପତି-ଶ୍ରଦ୍ଧାଞ୍ଜଳି ମୁହାଁମୁହିଁ ଜେରା ସରିବା ପରେ ଏମିତି କିଛି ଶୁଣିବାକୁ ମିଳିଛି । ଏପରିକି ଶ୍ରଦ୍ଧାଞ୍ଜଳିଙ୍କୁ ବ୍ୟବହାର କରି ଅର୍ଚ୍ଚନା କପରି ଅର୍ଥ ରୋଜଗାର କରୁଥିଲା, ଅର୍ଚ୍ଚନାଙ୍କ ସେକ୍ସ କାରବାର କିପରି  ଚାଲିଥିଲା ସେ ବିଷୟରେ ମଧ୍ୟ ଅନେକ ବିସ୍ଫୋରକ ବୟାନ ଶ୍ରଦ୍ଧାଞ୍ଜଳି ଇଡିକୁ ଦେଇଥିବା କୁହାଯାଉଛି।

ଗତକାଲି ଇଡି ସମନ ପାଇ ଶ୍ରଦ୍ଧାଞ୍ଜଳି ଜେରା ପାଇଁ ହାଜର ହୋଇଥିଲେ । ଦୀର୍ଘ ସମୟ ଧରି ତାଙ୍କୁ ଜେରା ମଧ୍ୟ କରାଯାଇଥିଲା । ସେ ତଦନ୍ତରେ ସାହାଯ୍ୟ କରୁ ନ ଥିବା ଇଡି ପୂର୍ବରୁ ଅଭିଯୋଗ ଆଣିଥିଲା । ହେଲେ ଗତାକାଲି ଶ୍ରଦ୍ଧାଞ୍ଜଳିଙ୍କୁ ଦୀର୍ଘ ସମୟ ଯାଏ ଜେରା କରାଯାଇଥିଲା । ଜେରା ବେଳେ ଶ୍ରଦ୍ଧାଞ୍ଜଳି କିଛି ପ୍ରଶ୍ନର ଉତ୍ତର ଦେଇଥିବାବେଳେ କିଛି ପ୍ରଶ୍ନର ଉତ୍ତର କୁଆଡେ ଦେଇ ନ ଥିଲେ । ହେଲେ ମୁହାଁମୁହିଁ ଜେରାବେଳେ କୁଆଡେ ଶ୍ରଦ୍ଧାଞ୍ଜଳି ନିଜକୁ ରୋକି ପାରି ନ ଥିଲେ । ସବୁ ସତ ଓଗାଳି ଦେଇଥିଲେ । ତେବେ ଇଡି ପକ୍ଷରୁ ଶ୍ରଦ୍ଧାଞ୍ଜଳିଙ୍କୁ ଗିରଫ କରାଯିବ କି ନାହିଁ ତାହା ସ୍ପଷ୍ଟ ହୋଇ ନାହିଁ ।

ଅର୍ଚ୍ଚନା କଳାସାମ୍ରାଜ୍ୟର କଳାକାହାଣୀ ରହସ୍ୟ ଧୀରେ ଧୀରେ ଖୋଲୁଛି । ଇଡି ହାତରେ ଅର୍ଚ୍ଚନାଙ୍କ ୨ଟି ଡାଇରୀ ଲାଗିବା ପରେ ଆହୁରି କିଛି ତଥ୍ୟ ପଦାକୁ ଆସିବାର ସମ୍ଭାବନା ରହିଛି । ସେହିପରି ଫରେନ୍ସିକ ଲାବରୁ ଅର୍ଚ୍ଚନାଙ୍କ ଲାପଟପ, ମୋବାଇଲ, ପେନଡ୍ରାଇଭ, ହାର୍ଡଡିସ୍କର ତଥ୍ୟ ମିିଳିଲା ପରେ ଆହୁରି ଅନେକ ତଥ୍ୟ ସାମ୍ନାକୁ ଆସିବ ।

Related Articles

Back to top button