ରାୟଗଡ଼ା- କୋରାପୁଟ ପରେ କଳାହାଣ୍ଡିରେ ବ୍ୟାପୁଛି ଡିପଥେରିଆ

ରାୟଗଡ଼ା ଜିଲ୍ଲା କାଶୀପୁରରେ ସୋମବାର ଡିପଥେରିଆରେ ୫ ଜଣ ଶିଶୁଙ୍କର ଜୀବନ ଯାଇଛି । ଏହି ସଂକ୍ରମଣ ଏବେ ଉଗ୍ରରୂପ ନେଇ ବ୍ୟାପିବାରେ ଲାଗିଛି । ଏହି ସଂକ୍ରମଣ ବାୟୁ ଦ୍ୱାରା ବ୍ୟାପୁଥିବାରୁ ଏବେ ଏହା ରାୟଗଡ଼ା ଜିଲ୍ଲାରୁ କଳାହାଣ୍ଡି ଜିଲ୍ଲାକୁ ବ୍ୟାପିଯାଇଛି । କଳାହାଣ୍ଡିରେ କିଛି ଶିଶୁମାନେ ଡିପଥେରିଆରେ ଆକ୍ରାନ୍ତ ହେବାର ସୂଚନା ମିଳିଛି । ଏହି ବାୟୁବାହିତ ସଂକ୍ରମଣଟି ଦ୍ରୁତଗତିରେ ବ୍ୟାପୁଥିବାରୁ ଏହାକୁ ଆୟତ୍ତ କରିବା କଷ୍ଟ ହୋଇପାରେ ବୋଲି ଅନୁମାନ କରାଯାଉଛି ।

ଖବର ଅନୁସାରେ, କୋରାପୁଟ ଜିଲ୍ଲା କାଶୀପୁର ବ୍ଲକର ମୁନୁଷପଦର ଗ୍ରାମରେ ୪ ଜଣ ଶିଶୁଙ୍କର ହଠାତ ମୃତ୍ୟୁ ହେବା ଫଳରେ ସ୍ୱାସ୍ଥ୍ୟ ବିଭାଗର ହୋସ ଉଡିଯାଇଥିଲା । ମୃତକ ଶିଶୁମାନଙ୍କୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ କରୁଥିଲେ ମଧ୍ୟ ରୋଗ ଚିହ୍ନଟରେ ବିଳମ୍ବ ହୋଇଥିଲା । ପରବର୍ତ୍ତୀ ମୂହୁର୍ତ୍ତରେ ଆଉ ଜଣେ ଶିଶୁର ବ୍ରହ୍ମପୁର ମେଡିକାଲରେ ମୃତ୍ୟୁପରେ ନମୁନା ସଂଗ୍ରହ କରିବାରୁ ଡିପଥେରିଆରେ ଆକ୍ରାନ୍ତ ହୋଇଥିବାର ପ୍ରମାଣ ମିଳିଲା । ସେହିପରି ରାୟଗଡ଼ା ପରେ କୋରାପୁଟ ଜିଲ୍ଲାରେ ମଧ୍ୟ ପ୍ରଥମ ଡିପଥେରିଆ ସଂକ୍ରମଣ ରୋଗୀ ଚିହ୍ନଟ କରାଯାଇଛି । କୋରାପୁଟ ଜିଲ୍ଲାର ବନ୍ଧୁଗାଁ ବ୍ଲକର କୁମ୍ଭାରୀପୁଟ ଗ୍ରାମରେ ଏକ ୧୦ ବର୍ଷୀୟ ବାଳକର ଏହି ରୋଗରେ ଆକ୍ରାନ୍ତ ହୋଇଛନ୍ତି । ସୋମବାର ରାତିରେ ସେହି ବାଳକକୁ ରାୟଗଡାର ମୁଖ୍ୟ ଚିକିତ୍ସାଳୟକୁ ଆଣାଯାଇ ଆଇସୋଲେସନରେ ଭର୍ତ୍ତି କରାଯାଇଥିଲା । ପରେ ସେହି ୧୦ ବର୍ଷିୟ ବାଳକର ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯିବାରୁ ବ୍ରହ୍ମପୁର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରଣ କରାଯାଇଥିଲା । ସେହି ପିଲାକୁ ବୁଷ୍ଟର ଡୋଜ୍ ଟିକା ମଧ୍ୟ ଦିଆଯାଇଥିଲା ।

ସେହିପରି କାଶୀପୁର ବ୍ଲକରେ ଡିପଥେରିଆର ସଂକ୍ରମଣର ସ୍ୱଭାବିକ ସ୍ଥିତିକୁ ଆଣିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ତାର ଚେଷ୍ଟା ଜାରି ରଖିଛି । ଯେଉଁ ଶିଶୁମାନେ ଡିପଥେରିଆର ଟିକା ନେଇ ନାହାନ୍ତି । ସେହି ଶିଶୁମାନଙ୍କୂୁ ହାଇଦ୍ରାବାଦ ଏବଂ ଆଗ୍ରାରୁ ବୁଷ୍ଟର ଟିକା ଦିଆଯାଉଛି । ଟୀକାକରଣ ପରେ ଏହି ବୟୁବାହିତ ସଂକ୍ରମଣ ରୋଗ ସାମାନ୍ୟ ନିୟନ୍ତ୍ରଣ ରହିଛି ବୋଲି ରାୟଗଡାର ସିଡିଏମଓ କହିଛନ୍ତି । ଏହି ସଂକ୍ରମଣ ରାୟଗଡ଼ା, କୋରାପୁଟ ଏବଂ ପରେ କାଳାହାଣ୍ଡି ଜିଲ୍ଲାକୁ ମାଡିଯାଇଛି । ଏହି ଅଞ୍ଚଳରେ ଆକ୍ରାନ୍ତ ଶିଶୁମାନଙ୍କର ନମୁନା ପରୀକ୍ଷା କରାଯାଉଛି ଏବଂ ସ୍ୱାସ୍ଥ୍ୟ ବିଭାଗ ଏହା ଉପରେ ଯାଞ୍ଚ ପକ୍ରିୟା ଜାରି ରଖିଛି ।

Related Articles

Back to top button