ହୋଲିରେ ଭୁବନେଶ୍ଵରରେ ମଦ ମନା: ଘୁରି ବୁଲିବେ କମିଶନରେଟ ପୋଲିସ ସ୍ପେଶାଲ ସ୍କ୍ୱାର୍ଡ

ଭୁବନେଶ୍ୱର: ରାତି ପାଇଲେ ହୋଲି । ଚାଲିଛି ଅନେକ ପ୍ରସ୍ତୁତି । ଏସବୁ ଭିତରେ କମିଶନରେଟ ପୋଲିସ ଜାରି କରିଛି  ହୋଲି ଗାଇଡଲାଇନ ।  ହୋଲି ଉତ୍ସବ ନାଁରେ ନିଶା ଖାଇ ମଉଜ କରିବା ପାଇଁ ଯଦି ଯୋଜନା ରଖିଛନ୍ତି ତେବେ ସାବଧାନ । କାରଣ ସବୁଆଡେ ଘୁରି ବୁଲିବ ପୋଲିସ । ମଦୁଆଙ୍କ ଉପରେ ରଖିବ କଡା ନଜର । ଏକ ସାମ୍ବାଦିକ ସମ୍ମିଳନୀରେ ଏମିତି କିଛି ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ ।

ଡିସିପି କହିଛନ୍ତି, ଆସନ୍ତାକାଲି ସକାଳ ୭ରୁ ହୋଲି ଖେଳ ଆରମ୍ଭ ହେବ । ଏହା ଅପରାହ୍ନ ୩ଟା ପର୍ଯ୍ୟନ୍ତ ଚାଲିବ । ହୋଲି ପାଇଁ ଲୋକେ ବେଶ ଉତ୍ସାହିତ ଅଛନ୍ତି । ଏହି ସମୟରେ ବେଶି ଅଘଟଣ,ସାମ୍ପ୍ରଦାୟିକ ଉତ୍ତେଜନା, ଅପରାଧମୂଳକ ଘଟଣା ମଧ୍ୟ ଘଟିଥାଏ । ବିଶେଷ କରି ନଦୀରେ ଗାଧୋଇବାବେଳେ ଅଘଟଣ ଘଟିଥାଏ । ଏ ସବୁ ଉପରେ ନଜର ରଖିବ କମିଶନରେଟ ପୋଲିସ ।  ସାରା ସହର  ପୋଲିସ ସ୍କାନରରେ ରହିବ । ଘୁରି ବୁଲିବେ ସ୍ପେଶାଲ ସ୍କ୍ୱାର୍ଡ ଓ ୬୦ଟି ଟିମ  । ୩୧ ଟି ସ୍ଥାନରେ ପିକେଟିଙ୍ଗ କରିବ ପୋଲିସ ।ଏଥିପାଇଁ ୧୭ ମୋବାଇଲ ପାଟ୍ରୋଲିଙ୍ଗ ବ୍ୟବସ୍ଥା କରାଯାଇଛି । ଭୁବନେଶ୍ଵର ୩୧ଟି ସ୍ଥାନରେ ରାତ୍ର କାଳୀନ ବ୍ଲକିଂ ଏବଂ ଚେକିଂ କରାଯିବାର ବ୍ୟବସ୍ଥା ରହିଛି । ସେହି ପରି ଭୁବନେଶ୍ଵର ସହରର ମୁଖ୍ୟ ୪ଟି ସ୍ଥାନରେ ଯଥା ଏଜି ଛକ, ବାଣୀବିହାର ଛକ, ଡମଣା ଛକ ଏବଂ ଖଣ୍ଡଗିରି ଛକରେ ଷ୍ଟ୍ରାଇକିଂ ଫୋର୍ସ ମୃତୟନ କରାଯିବାର ବ୍ୟବସ୍ଥା କରାଯାଇଛି ।

Related Articles

Back to top button