ଆଲୋଚନା ପରେ ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ

ପ୍ରଶାସନିକ ସ୍ତରରେ ଆଲୋଚନା ପରେ ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ। ପ୍ରଶାସନିକ ପକ୍ଷରୁ ପର୍ଯ୍ୟଟକଙ୍କୁ ପ୍ରବେଶ ଅନୁମତି ମିଳିଥିବା ଜଣାପଡିଛି। ତେବେ ୪ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଥିଲା ଶିମିଳିପାଳ ବିକାଶ ପରିଷଦ। ତେଣୁ ତାହାକୁ ଦୃଷ୍ଟିରେ ରଖି ମାସକ ପରେ ଶିମିଳିପାଳ ଅଭୟାରଣ୍ୟ ଖୋଲା ଯାଇଛି। ଶୀତଦିନରେ ସାଧାରଣତଃ ଲୋକମାନେ ବୁଲାବୁଲି କରିଥାନ୍ତି ତେଣୁ ପ୍ରତିବର୍ଷ ପରି ଶିମିଳିପାଳ ଅଭୟାରଣ୍ୟ ବୁଲିବା ପାଇଁ ମଧ୍ୟ ପର୍ଯ୍ୟଟକ ଆସିଥାନ୍ତି।

ସୂଚନା ଅନୁସାରେ , ମାସକ ପରେ ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ। ଶିମିଳିପାଳ ମୁଖ୍ୟ ରାସ୍ତାରେ ମୋରମ ବିଛାଇବା ସହିତ ଅନ୍ୟ ଆନୁସଙ୍ଗିକ ଭିତିଭୂମି ସଜାଡିବା ନେଇ ଶିମିଳିପାଳ ବିକାଶ ପରିଷଦ ପକ୍ଷରୁ ଦାବି କରାଯାଇଥିଲା। ଏନେଇ ରାଜ୍ୟ ସରକାରଙ୍କ ବନ ବିଭାଗ ମନ୍ତ୍ରୀ, ସଚିବ ଏବଂ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ ମଧ୍ୟ କରାଯାଇଥିଲା। ପ୍ରଶାସନିକ ସ୍ତରରେ ଆଲୋଚନା ପରେ ୪ଦିନ ହେବ ରାସ୍ତାରେ ମୋରମ ବିଛା କାମ ଆରମ୍ଭ ହୋଇଥିବା ବେଳେ ଆଜି ପର୍ଯ୍ୟଟକଙ୍କୁ ଶିମିଳିପାଳ ଯିବାକୁ ଅନୁମତି ମିଳିଛି। ଏହି ସମ୍ବାଦ ପାଇବା ପରେ ପର୍ଯ୍ୟଟକଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳୁଛି। ଦୀର୍ଘ ଏକ ମାସ ପର୍ଯ୍ୟନ୍ତ ଶିମିଳିପାଳ ଅଭୟାରଣ୍ୟକୁ ବନ୍ଦ କରାଯାଇଥିଲା ଯାହାଫଳରେ ପର୍ଯ୍ୟଟକ ତଥା ଶିମିଳିପାଳ ବିକାଶ ପରିଷଦ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା।

Related Articles

Back to top button