ଭକ୍ତଙ୍କ ଅସନ୍ତୋଷ ପରେ ବଡ଼ଦେଉଳରେ ଖୋଲାଯାଇଥିବା ଲାଇଟ୍ ପୁଣି ଥରେ ଲଗାଯାଇଛି

ଭକ୍ତ ଓ ସେବାୟତଙ୍କ ଭିତରେ ତୀବ୍ର ଅସନ୍ତୋଷ ପରେ ବଡ଼ଦେଉଳରେ ଖୋଲାଯାଇଥିବା ଲାଇଟ୍ ପୁଣି ଥରେ ଲଗାଯାଇଛି। ଆଜି ପୁରୀ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା। ତାଙ୍କ ସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ବି ଥିଲେ। ଶ୍ରୀମନ୍ଦିର ପରିସରରେ ଲାଗିଥିବା ଆଲୋକୀକରଣ ବ୍ୟବସ୍ଥାକୁ ହଠାତ୍ ବନ୍ଦ କରିଦିଆଯିବା ଘଟଣାର ତଦନ୍ତ ବି ଚାଲିଛି।

ଏହି ଘଟଣାରେ ପୁରୀ ସିଂହଦ୍ବାର ଥାନା ପୋଲିସ ୪ ଜଣଙ୍କୁ ଅଟକ ରଖିଛି। ଶ୍ରୀମନ୍ଦିର ପରିସରରେ ଆଲୋକୀକରଣ ବ୍ୟବସ୍ଥା ହଠାତ ବନ୍ଦ ପରେ ରାଜ୍ୟବ୍ୟାପୀ ଭକ୍ତ ଓ ସେବାୟତଙ୍କ ମଧ୍ୟରେ ଦେଖାଦେଇଥିଲା ଅସନ୍ତୋଷ। ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ସମୟରେ ଶ୍ରୀମନ୍ଦିରକୁ ସମ୍ପୂର୍ଣ୍ଣ ଆଲୋକୀକରଣ କରାଯାଇଥିଲା। କିନ୍ତୁ ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ସେସବୁ ଲାଇଟ୍ ଗୁଡିକୁ ଖୋଲି ନିଆଯାଇଥିଲା।

Related Articles

Back to top button