ବାତ୍ୟା ପରେ ରାଜ୍ୟରେ ପୁଣି ବଢିଲା ଶୀତ

ବାତ୍ୟା ” ମିଗଜୋମ” ର ପ୍ରଭାବ କମିବା ପରେ ରାଜ୍ୟରେ ଶୀତ ଅନୁଭୂତ ହୋଇଛି । ରାତିର ତାପମାତ୍ରା ଆହୁରି କମିବ ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । କୋହଲା ପାଗ କମିବା ପରେ ରାଜ୍ୟରେ ଶୀତ ବଢିଛି ବୋଲି ସୂଚନା ମିଳିଛି । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ପାଗରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ମଧ୍ୟ ସୂଚନା ରହିଛି । ଆଜି ଠାରୁ ଉପକୂଳ ଅଞ୍ଚଳରେ ରାତିର ତାପମାତ୍ରା କମିବ । ଯାହାଫଳରେ ରାଜ୍ୟବାସୀ ଆହୁରି ଶୀତ ଅନୁଭୂତ କରିବେ।ସ୍ବାଭାବିକ ଠାରୁ ତାପମାତ୍ରା ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ କମିପାରେ ବୋଲି ସୂଚନା ରହିଛି । ଦିନକୁ ଦିନ ପାରଦ ଖସିବାରେ ଲାଗିଛି । ଆଉ ଏହା ଶୀତକୁ ମଧ୍ୟ ବଢ଼େଇବାରେ ଲାଗିଛି ।

Related Articles

Back to top button