ଗୋଟିଏ ରାତିରେ ପିଆଜ କିଲୋ ପିଛା ୧୦ ଟଙ୍କା ବୃଦ୍ଧି

ପରିବା ବଜାରରେ ଚଢ଼ା ଦର ଥିବା ବେଳେ, ଏଥିରେ ପୁଣି ନିଆଁ ଲଗାଇଛି ପିଆଜ ଦର। ଟମାଟୋ, ଅଦା, ରସୁଣ ପରେ ଏବେ ପିଆଜ କିଲୋ ପିଛା ରାତିକେ ୧୦ ଟଙ୍କା ବୃଦ୍ଧି ପାଇ ୫୦ ଟଙ୍କାରେ ପହଞ୍ଚିଛି । ପୂର୍ବରୁ ୪୦ ଟଙ୍କାରେ ଖୁଚୁରା ବଜାରରେ ପିଆଜ ବିକ୍ରୀ ହେଉଥିବା ବେଳେ ଏବେ ଏହାର ଦର ହୋଇଛି ୫୦ ଟଙ୍କା । ତେବେ ବଜାରର ପିଆଜ ଆବଶ୍ୟକତା ଅନୁସାରେ ଯୋଗାଣ କମୁଥିବାରୁ ଦରରେ ହଠାତ୍ ବୃଦ୍ଧି ଘଟିଥିବା ବ୍ୟବସାୟୀ ସଂଘ କହିଛି । ଚାହିଦା ମୁତାବକ ନାସିକରୁ ଯୋଗାଣ ହୋଇପାରୁନି ପିଆଜ । ନଭେମ୍ବର ଦ୍ବିତୀୟ ସପ୍ତାହରେ ନୂଆ ଅମଳ ହେବା ପରେ ପିଆଜ ଦରରେ ପୁଣି ସ୍ବାଭାବିକତା ଆସିବାର ସମ୍ଭାବନା ରହିଛି । ଦେଶର ମୁଖ୍ୟ ଆମଦାନୀକାରୀ ରାଜ୍ୟ ମହାରାଷ୍ଚ୍ରରେ ଏବେ ପିଆଜ ସଂକଟ ଦେଖିବାକୁ ମିଳିଛି। ବିଭିନ୍ନ ମଣ୍ଡିରେ ବ୍ୟବସାୟୀ ଆଗୁଆ ପିଆଜ ଗଚ୍ଛିତ ରଖିଥିବା ଦେଖିବାକୁ ମିଳିଛି । ପିଆଜ କ୍ବିଣ୍ଟାଲ ପୂର୍ବରୁ ୨୫୦୦ ଟଙ୍କା ଥିବା ବେଳେ ଏବେ ଏହେ ୪୬୬୦ ଟଙ୍କା ହୋଇଛି ।

Related Articles

Back to top button