ପୁଣି ସୃଷ୍ଟି ହେଲା ଆଉ ଏକ ଲଘୁଚାପ

୬ ରୁ ପୁଣି ହେଇପାରେ ବର୍ଷା | ଉପର ଛତିଶଗଡ ଓ ସଂଲଗ୍ନ ଉତ୍ତର-ପୂର୍ବ ମଧ୍ୟପ୍ରଦେଶ ତଥା ଦକ୍ଷିଣ-ପୂର୍ବ ଉତ୍ତରପ୍ରଦେଶ ଉପରେ ରହିଥିବା ଲଘୁଚାପ କ୍ଷେତ୍ର ଧୀରେ ଧୀରେ ଦୁର୍ବଳ ହୋଇ ଲଘୁଚାପର ରୂପ ନେଉଛି। ଏହାର ପ୍ରଭାବ ଓଡ଼ିଶା ଉପରେ ଏବେପାଇଁ ନାହିଁ। ହେଲେ ଅନ୍ୟପଟେ ମୌସୁମୀଜନିତ ନିମ୍ନଚାପ ରେଖା ଅମୃତସର, ଦିଲ୍ଲୀ, ହମିରପୁର ହୋଇ ଲଘୁଚାପ କ୍ଷେତ୍ରର କେନ୍ଦ୍ର ଦେଇ ମଧ୍ୟପ୍ରଦେଶ, ରାଞ୍ଚି ଓ ଦୀଘା ମଧ୍ୟ ଦେଇ ପୂର୍ବ- ଦକ୍ଷିଣପୂର୍ବ ଦିଗରେ ଗତି କରି ଉତ୍ତର-ପୂର୍ବ ବଙ୍ଗୋପସାଗର ଯାଏ ଲମ୍ବିଛି। ଏହାର ପ୍ରଭାବରେ ରାଜ୍ୟରେ ମେଘୁଆ ପାଗ ଲାଗି ରହିବା ସହ ସ୍ଥାନେ ସ୍ଥାନେ ହାଲୁକା ବର୍ଷା ମଧ୍ୟ ସମ୍ଭାବନା ରହିଛି ।

ଆଜି ଠୁ ରାଜ୍ୟରେ ପାଗ ଶୁଖିଲା ରହିବା ସହ ଆସନ୍ତା କାଲି ଠାରୁ ୮ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଥିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ , ଆସନ୍ତାକାଲି ଠାରୁ ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ବିଜୁଳି , ଘଡ଼ଘଡ଼ି ସହ ହାଲୁକା ବର୍ଷା ହୋଇପାରେ। ଏଥିସହ ୭ ତାରିଖ ଦିନ ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ଅନୁଗୁଳ, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରେ ଅର୍ଥାତ ପୂରା ଉପକୂଳ ଓଡ଼ିଶା ବର୍ଷା ସମ୍ଭାବନାକୁ ୟେଲୋ ୱାରନିଙ୍ଗ ଜାରି କରାଯାଇଛି। ୮ ତାରିଖ ଦିନ ମଧ୍ୟ ଉପକୂଳ ଓଡ଼ିଶା ସମେତ ସଂଲଗ୍ନ ଅଞ୍ଚଳରେ ବର୍ଷା ସମ୍ଭାବନା ରହୁଥିବାରୁ ୟେଲୋ ୱାର୍ନିଙ୍ଗ ଜାରି ହୋଇଛି।ସେଇଭଳି ଆସନ୍ତାକାଲି ରାଜଧାନୀ ରେ ପାଗ ଆଂଶିକ ମେଘୁଆ ରହିବ।

Related Articles

Back to top button