ଯାଜପୁର ଧର୍ମଶାଳାରେ ୪୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ବିଇଡି ପରୀକ୍ଷା ନାଁରେ ଠକିଦେଲେ ଏଜେଣ୍ଟ

ଯାଜପୁର: ଏଜେଣ୍ଟଙ୍କ ଜରିଆରେ ନାମଲେଖା । ଏଜେଣ୍ଟଙ୍କ ଜରିଆରେ ପରୀକ୍ଷା । ଆନ୍ଧ୍ର ୟୁନିଭରସିଟିରେ ବିଇଡି ନାମଲେଖା ଓ ପରୀକ୍ଷା ନାଁରେ ଠକେଇ ହୋଇଥିବା ଅଭିଯୋଗ ହୋଇଛି । ଅଭିଜିତ ନାମକ ଜଣେ ଏଜେଣ୍ଟ ୪୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ବିଇଡି ଆଡମିଶନ ଲାଗି ସାର୍ଟିଫିକେଟ୍ ସହ ୨୦ ହଜାର ଲେଖାଏ ଟଙ୍କା ନେଇଥିଲେ । ଆଉ ପରୀକ୍ଷା ପାଇଁ ଆନ୍ଧ୍ରପ୍ରଦେଶ ଯିବାର ଥିଲା ।

କଥା ଅନୁଯାୟୀ ସମସ୍ତ ପରୀକ୍ଷାର୍ଥୀ ବସ ଯୋଗେ ଜାରକାରୁ ବାହାରିଥାନ୍ତେ । କିନ୍ତୁ ସକାଳ ଯାଇ ସନ୍ଧ୍ୟା ହେଲା ସିନା ବସ୍ ଆସିଲାନି । ଆଉ ଛାତ୍ରଛାତ୍ରୀ ଏଜେଣ୍ଟକୁ କଲ୍ କଲା ବେଳକୁ ମୋବାଇଲ୍ ସ୍ୱିଚ୍ ଅଫ୍ । ଖାଲି ଏଜେଣ୍ଟ ଅଭିଜିତ ନୁହଁ ତାଙ୍କ ଆସିଷ୍ଟାଣ୍ଟ ସନ୍ଦୀପ ମଧ୍ୟ ଫୋନ୍ ଉଠାଇ ନଥିଲେ । ଠକାମୀର ଶିକାର ହୋଇଥିବା ଜାଣିବା ପରେ ଛାତ୍ରଛାତ୍ରୀ ପୋଲିସର ଦ୍ୱାରସ୍ତ ହୋଇଛନ୍ତି । ଧର୍ମଶାଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ ।

Related Articles

Back to top button