ଜଙ୍ଗଲରେ ନିଆଁ ରୋକିବାକୁ ଶିମିଳିପାଳ ଜଙ୍ଗଲରେ ଲାଗିବ ଏଆଇ କ୍ୟାମେରା

ଫେବୃଆରୀ ମାସରୁ ରାଜ୍ୟରେ ଅସହ୍ୟ ତାତି ହେବାରେ ଲାଗିଛି ।  ତାତି ବଢ଼ୁଥିବାରୁ ଜଙ୍ଗଲରେ ନିଆଁ ଲାଗିବା ବନବିଭାଗ କର୍ମଚାରୀଙ୍କ ଚିନ୍ତାର କାରଣ ପାଲଟିଛି ।

ସୂଚନା ଅନୁସାରେ, ସାଧାରଣତଃ ଖରା ଦିନେ ଅଧିକାଂଶ ଜଙ୍ଗଲରେ ନିଆଁ ଲାଗିଥାଏ । ସେଥିପାଇଁ ମୟୁରଭଞ୍ଜ ଜିଲ୍ଲାସ୍ଥିତ ଶିମିଳିପାଳ ଜଙ୍ଗଲରେ ନିଆଁ ଲାଗିବାର ଭୟ ରହିଛି । ଯାହାପ୍ରଭାବରେ ଜଙ୍ଗଲରେ ଥିବା ବନ୍ୟଜନ୍ତୁଙ୍କ ଜୀବନ ଯିବାସହିତ ବହୁ କ୍ଷୟକ୍ଷତି ହୋଇଥାଏ । ସେଥିପାଇଁ ଶିମିଳିପାଳ ଜଙ୍ଗଲରେ ନିଆଁ ଲାଗିବାର ସୂଚନା ଦେବାପାଇଁ ଅତ୍ୟାଧୁନିକ AI ଟେକ୍ନୋଲୋଜିର ବ୍ୟବହାର କରାଯିବ । ନିଆଁ ଲାଗିଲେ ତୁରନ୍ତ ଏହି ଖବର କଣ୍ଟ୍ରୋଲ ରୁମକୁ ପଠାଯିବ ଯାହାଫଳରେ ବନ ବିଭାଗ କର୍ମଚାରୀ ତୁରନ୍ତ ପଦକ୍ଷେପ ନେବେ । ଶିମିଳିପାଳରେ ନିଆଁ ଲାଗିଲେ ଅତ୍ୟାଧୁନିକ ପ୍ରଣାଳୀରେ ନିଆଁ ଲିଭାଇବା ପାଇଁ ଡ୍ରୋନ ବ୍ୟବହାର କରାଯିବ ବୋଲି ସୂଚନା ମିଳିଛି ।

Related Articles

Back to top button