ବିଜୟ ପଟ୍ଟନାୟକଙ୍କୁ କଂଗ୍ରେସ କ୍ୟାମ୍ପେନିଙ୍ଗ କମିଟିର ମୁଖ୍ୟ ଭାବେ ମିଳିଲା ଦାୟିତ୍ୱ

ଭୁବନେଶ୍ୱର: ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ନିକଟରେ କଂଗ୍ରେସ ଯୋଗ ଦେଇଥିବା ବିଜୟ ପଟ୍ଟନାୟକଙ୍କୁ ଦଳ ଏକ ବଡ ଦାୟିତ୍ୱ ଦେଇଛି । କଂଗ୍ରେସ କ୍ୟାମ୍ପେନିଙ୍ଗ କମିଟିର ମୁଖ୍ୟ ଭାବେ ବିଜୟଙ୍କୁ ଦାୟିତ୍ୱ ମିଳିଛି । କିଛି ଦିନ ହେବ ବିଜୟ ଦଳରେ ଯେଉଁ ଭଳି ତାଙ୍କର ସକ୍ରିୟତା ପ୍ରତିପାଦିତ କରିଛନ୍ତି ତେବେ ତାଙ୍କୁ ଏହି ପୋଷ୍ଟ ମିଳିବା ସ୍ୱଭାବିକ କିନ୍ତୁ ବିଜୟଙ୍କ ଆଗାମୀ ଲକ୍ଷ୍ୟ କଣ ଏବେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଲାଣି ।

ସର୍ବପୂରାତନ ଦଳ ହେଲେ ମଧ୍ୟ କଂଗ୍ରେସ ଓଡିଶାରେ ସେତେ କିଛି ସ୍ଥିତି ସୃଦୁଢ଼ ନାହିଁ । କିନ୍ତୁ ବିଜୟ ଆସିବା ପରେ ଯେପରି କଂଗ୍ରେସରେ ପୁଣିଥରେ ଜୀବନ ଫେରିଥିବାର ଦୃଶ୍ୟ ଦେଖିବାକୁ ମିଳୁଛି । ଯେଉଁ ଭଳି ଭାବେ ସେ ସରକାରଙ୍କୁ ଟାର୍ଗେଟ କରୁଛନ୍ତି ଏହା ସହିତ ଦଳର ସଙ୍ଗଠନକୁ ପୁର୍ନସ୍ଥାପିତ କରିବା ପାଇଁ କ୍ଷେତ୍ର ପରିଭ୍ରମଣ କରୁଛନ୍ତି ଏହା ଦେଖି ଲାଗୁଛି ବିଜୟଙ୍କ ଲକ୍ଷ୍ୟ କିଛି ଅଲଗା । ପ୍ରଥମେ ଝାରସୁଗୁଡା ଉପନିର୍ବାଚନ ପାଇଁ ଷ୍ଟ୍ରାର କ୍ୟାମ୍ପେନର ତାଲିକାରେ ନାମ ଆସବା ପରେ ଏବେ ଓଡିଶା କଂଗ୍ରେସ ପ୍ରଦେଶର କ୍ୟାମ୍ପେନିଙ୍ଗ କମିଟିର ଚେୟାରମ୍ୟାନ ଭାବେ ଦାୟିତ୍ୱ ମିଳିଛି ।ଆଉ ଏହା ଦର୍ଶାଉଛି ଯେ ଦଳ ବିଜୟଙ୍କ ଉପରେ ତାର ଭରପୁର ଆସ୍ଥା ପ୍ରକଟ କରୁଛି।

ନିଜର ଜୀବନ ଲୋକମାନଙ୍କ ହିତ ପାଇଁ ନିଚ୍ଛାବର କରିବାର ଆଶାରେ ସେ ପ୍ରଶାସନିକ ସେବାରେ ନିଜକୁ ନିଯୋଜିତ କରିଥିଲେ । ଆଉ ଏବେ ସେ ସେହି ଲୋକ ମାନଙ୍କ ପାଖରେ ପହିଞ୍ଚି ତାଙ୍କର ଅସୁବିଧା ପଚାରି ବୁଝିବାରେ ଲାଗିଛନ୍ତି । ଆଉ ଏହି ସବୁ ଦେଖି ଲାଗୁଛି ବିଜୟ କିଛି ବଡ ଚକ୍ରବ୍ୟୁହ ରଚୁଛନ୍ତି ।

Related Articles

Back to top button